ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଅଜୟଙ୍କ ଟଙ୍କପାଣି ରୋଡସ୍ଥିତ ଘର, ଭୁବନେଶ୍ୱର ନୂଆ ଗାଁ ଆଉଟ ହାଉସ, ପଟିଆ ଫ୍ଲାଟ, ବାଲେଶ୍ୱରରେ ଥିବା ୨ ମହଲା ଘର, ପୁରୀରେ ଥିବା ଫ୍ଲାଟରେ ଏକସମୟରେ ଚଢଉ କରାଯାଇଛି । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଅଜୟଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଛି ।