ସମ୍ବଲପୁର/ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ନୂଆବରଙ୍ଗାମାଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦାମ ଚରଣ ମାଝୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନେତୃତ୍ବରେ ବିଭାଗର ଅଧିକାରୀମାନେ ଆଜି ଶ୍ରୀ ମାଝୀଙ୍କ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ାସ୍ଥିତ ୩ ମହଲା କୋଠାଘର ଉପରେ ଚଢ଼ାଉ କରିଛନ୍ତି। ସେହିଭଳି ଭିଜିଲାନ୍ସ ଟିମ ଶ୍ରୀ ମାଝୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀ ମାଝୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ସଂପର୍କରେ ଅବଗତ କରାଯାଇ ନାହିଁ।
ଭିଜିଲାନ୍ସ ଜାଲରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
/sambad/media/post_attachments/wp-content/uploads/2021/02/sbp-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)