ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ର ଓ ସହକାରୀ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଶୁକ୍ରବାର ଦିନ ୫ ହଜାର ଟଙ୍କା ଲାଞ୍ଜ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।
ସଗ୍ରାମପୁର ଗ୍ରାମର ନେତ୍ରାନନ୍ଦ ପଧାନଙ୍କ ଠାରୁ ଏକ ସରକାରୀ ଜମି ଜବରଦଖଲ ପଟ୍ଟା କରିବାପାଇଁ ଶ୍ରୀ ମିଶ୍ର ଓ ଶ୍ରୀ ଡାଙ୍ଗ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଶ୍ରୀ ପଧାନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଆରଆଇ ଓ ଏଆରଆଇଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ଆଜି ଅପରାହ୍ଣରେ ଶ୍ରୀ ପଧାନଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦେଶ କ୍ରମେ ପୂର୍ବରୁ ଛକି ବସିଥିବା ଆରଆଇ ଶ୍ରୀ ମିଶ୍ର ଏବଂ ଏଆରଆଇ ଶ୍ରୀ ଡାଙ୍ଗଙ୍କୁ ମାଡ଼ିବସିଲେ। ଉଭୟ ଅଧିକାରୀ ବର୍ତ୍ତମାନ ସୋନପୁର ଭିଜିଲାନ୍ସ ଅଫିସରେ ଅଟକ ଅଛନ୍ତି। ଭିଜିଲାନ୍ସ ବିଭାଗ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରୁଥିବା ଜଣାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ ଡିଏସପି ରିତାଞ୍ଜଳି ପ୍ରଧାନ, ବଲାଙ୍ଗୀର ଡିଏସପି ପୌଲସ୍ତି ଛତ୍ରିଆ, ଡିଏସପି ସୁଧା ନନ୍ଦ କାର୍ଲୋ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/f4060f80-cd42-4966-8efb-e3f51f12b39f.jpeg)