ଭୁବନେଶ୍ୱର: ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରାଯାଉଛି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି | ଭିଜିଲାନ୍ସ ପକ୍ଷରୁ ୭ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛନ୍ତି |

Advertisment

ମିଳିଥିବା ସୂଚନା ମୁତାବକ ବିଶ୍ବବନ୍ଧୁଙ୍କର ଭଦ୍ରକ ତୋରଣପଡାରେ ଥିବା ପୈତୃକ ବାସଭବନ, ଭିଏସଏସ ନଗରରେ ଥିବା ଦୁଇ ମହଲା କୋଠା, ରାଜଧାନୀ ଉପକଣ୍ଠ ରୁଦ୍ରପୁରରେ ଥିବା ଆସୋଟେକ ପ୍ରାଇଡରେ ତିନି ବେଡ଼ରୁମ ଫ୍ଲାଟ, ଭଦ୍ରକ ମଠସାହିରେ ଥିବା କୋଠା ସହ ଅଫିସ ଓ ସରକାରୀ ବାସଭବନରେ ଚଢ଼ାଉ ଚାଲିଛି |