ସମ୍ବଲପୁର: କ୍ଷେତରାଜପୁର ଥାନା ଫାର୍ମରୋଡ୍‌ ଠାରେ ବେଆଇନ ଭାବେ କାଠ ମିଲ୍‌ ପରିଚାଳିତ ହେଉଥିଲା। ଏ ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଭିଜିଲାନ୍ସ ଓ ବନ ବିଭାଗ ସ୍ବତନ୍ତ୍ର ଟିମ୍‌ ମିଳିତ ଭାବେ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଉକ୍ତ କାଠ ମିଲ୍‌ର କୌଣସି ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଥିଲା।

Advertisment

ସେଠାରେ ଥିବା କାଠ ଓ ବିଭିନ୍ନ ସାମଗ୍ରୀକୁ ମିଳିତ ଟିମ୍‌ ଜବତ କରିଥିଲା। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୧,୬୦,୦୦୦ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କହାଯାଇଛି।