ରୋଗୀଣା ଶିକ୍ଷୟିତ୍ରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ, ମାଡ଼ିବସିଲା ଭିଜିଲାନ୍ସ

ଭୁବନ: ଶିକ୍ଷା ବିଭାଗ  ଲାଞ୍ଚ ନଦେଲେ ଫାଇଲ ଘୁଞ୍ଚୁନି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଶିକ୍ଷା ବିଭାଗରେ ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଶିକ୍ଷା ବିଭାଗର ଜୁନିଅର ଆସିଷ୍ଟାଣ୍ଡ ବିଭୁ ପ୍ରସାଦ ବେହେରା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ବାସିନ୍ଦା ତଥା ଭିତରର୍ଦିଗପାଟଣା ନୋଡାଲ ସ୍କୁଲର ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା ହୋତା ଗତ କିଛି ବର୍ଷ ହେଲା ବ୍ରେନ ଟ୍ୟୁମରରେ ପୀଡିତ ହୋଇଥିଲେ। ପ୍ରାୟ କୋଡିଏ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଚିକିତ୍ସା ପାଇଁ ସେ ଏକ ଲକ୍ଷ ଟଙ୍କା ଓଷଧ ବିଲ ପାଇଁ ଆବେଦନ କରିଥିଲେ। କାର୍ଯ୍ୟଳୟ ପକ୍ଷରୁ ମାତ୍ର ୨୭ ହଜାର ଟଙ୍କା ବିଲ କରାଯାଇଛି। ଏହି ଟଙ୍କା ବିନିମୟରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବକ ଢେଙ୍କାନାଳ ଭିଜିଲାସନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା। ସୁଚିତ୍ରାଙ୍କ ଠାରୁ ରଙ୍ଗ ବୋଳା ଟଙ୍କା ନେଇ କିରାଣୀ ବିଭୁ ପ୍ରସାଦ ବେହେରା ପ୍ୟାଣ୍ଟର ପଛ ପ୍ୟାକେଟରେ ରଖିଥିଲେ। ପାଖରେ ଥିବା ଭିଜିଲାସନ୍ସ ଅଧିକାରୀ ସାଙ୍ଗେ ସାଙ୍ଗେ ମାଡିବସିଥିଲେ।

ସମ୍ବନ୍ଧିତ ଖବର