ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ତମାଣ୍ଡୋ ଥାନା ଏସ ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
/sambad/media/post_attachments/wp-content/uploads/2022/12/5f16e28e-0287-467e-84c7-fe3e0173a643-744x1024.jpg)
ଭିଜିଲାନ୍ସ ରାଜଧାନୀର ପାଇକନଗରରେ ଥିବା ତାଙ୍କର ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନାର ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ ଜଣ ଇନସିପେକ୍ଟର ଓ ୬ଜଣ ଏସ ଆଇ ସାମିଲ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/3ce571f2-7857-4cf0-bf80-bc54504ad444.jpg)