ଭଦ୍ରକ ସିଡିପିଓ ଅଫିସରେ କାର୍ଯ୍ୟରତ ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ସିଡିପିଓଙ୍କ ଅଫିସରେ କାର୍ଯ୍ୟରତ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଭିଜିଲାନ୍ସର ତିନିଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟର ସୁପର ଭାଇଜର ମଲ୍ଲିଲତା ଦାସଙ୍କ ଭଦ୍ରକ ସହରର ଆରଡ଼ି ଛକ ସ୍ଥିତ ବାସଭବନ ସହ ଆମ୍ୱରୋଲୀ ସ୍ଥିତ ଗାଁରେ ଭିଜିଲାନ୍ସ ଟିମ୍ ଏକସଙ୍ଗେ ଚଢ଼ାଉ କରୁଛି। ଭଦ୍ରକ ସିଡିପିଓ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର ଗୋଟିଏ ଟିମ ଚଢ଼ାଉ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି। ତେବେ ଏନେଇ ସବିଶେଷ ତଥ୍ୟ ମିଳିନାହିଁ।

ସମ୍ବନ୍ଧିତ ଖବର