ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟରଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

କନ୍ଧମାଳ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କନ୍ଧମାଳ ଜିଲ୍ଲାର ଜଣେ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ତାଙ୍କ ଘର ଛଡ଼ା ଏକକାଳୀନ ୫ଟି ସ୍ଥାନରେ ଏହି ଚଢାଉ ଚାଲିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ରେଞ୍ଜ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କର ବାଲିଗୁଡ଼ାସ୍ଥିତ ଘରେ ଆଜି ସକାଳେ କନ୍ଧମାଳ ଭିଜିଲାନ୍ସର ଏକ ଟିମ ଚଢାଉ ଆରମ୍ଭ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କୈଳାସ ଚନ୍ଦ୍ର ସାହୁଙ୍କର ବାଲିଗୁଡ଼ାସ୍ଥିତ ଘରେ ଏହି ଚଢାଉ କରାଯାଇଛି । କେବଳ ବାଲିଗୁଡ଼ାରେ ନୁହେଁ,ବରଂ ପୁରୀ, ଭୁବନେଶ୍ବର ,ଭବାନୀପାଟଣା ଓ ବ୍ରହ୍ମପୁରଠାରେ ବି ଏକ ସମୟରେ କନ୍ଧମାଳ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି।

ଏବେ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ତାଙ୍କର ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି । ତେବେ କୈଳାସ ଚନ୍ଦ୍ର ସାହୁ ଓ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ, ସୁନାଗହଣା ଓ ଅନ୍ୟ ସଂପତ୍ତିର ପରିମାଣ କେତେ ସେଥିନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର