ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘର ଓ ଅଫିସ୍ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଥିବାର ଖବର ମିଳିଛି ।
ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ ଜରି ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ବରଗଡ଼ର ସରସ୍ବତୀ ଏକକ୍ଲେଭରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କର ବରଗଡ଼ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି।

ମକରଧ୍ୱଜ ବର୍ଗୀଙ୍କ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରୁପାଲିରେ ଥିବା ପୈତୃକ ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହାଛଡ଼ା ତାଙ୍କର ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର ଓ ବୁର୍ଲାସ୍ଥିତ ଘରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍‌ ଟଙ୍କା ସମେତ ବିଭିନ୍ନ କାଗଜପତ୍ର ଜବତ କରିଥିବାର ସୂଚନା ମିଳିଛି। ତାଙ୍କୁ ଭିଜିଲାନ୍ସ ଟିମ୍ ସମ୍ବଲପୁରରୁ ବରଗଡ଼କୁ ଆଣୁଥିବାର ଖବର ମିଳିଛି। ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷ ହେବ ବରଗଡ଼ ଅବକାରୀ ଅଧୀକ୍ଷକ ଭାବେ ମକରଧ୍ୱଜ ବର୍ଗୀ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର