ପାଣିକୋଇଲି: ଆଜି ବନବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତର ବଣହରା ଗ୍ରାମରେ ଚଢ଼ଉ କରାଯାଇଥିଲା। ଗ୍ରାମର ସୁଶାନ୍ତ ରାଉତ ଓ ପଥରପଦା ପଞ୍ଚାୟତ ନୂଆପଦା ଗ୍ରାମର ଦୁଃଶାସନ ଓଝାଙ୍କ ଘରେ ଚଢ଼ଉ କରାଯାଇ ପ୍ରାୟ ୫୦ ହଜାର ଟଙ୍କାର କାଠ ଜବତ କରାଯାଇଥିଲା। ଉଭୟ ସ୍ଥାନରୁ ୭୦ ସିଫ୍ଟରୁ ଊର୍ଦ୍ଧ୍ବ କାଠ ଜବତ କରାଯାଇଥିଲା। ସୁଶାନ୍ତଙ୍କ ଘର ପଛପଟୁ ୪୦ ସିଫ୍ଟ ଶାଳ, ପୁଟିଆ ଓ ଦୁଃଶାସନଙ୍କ ଘରୁ ୩୦ ସିଫ୍ଟ ଫାଶୀ କାଠ ଜବତ କରାଯାଇଥିଲା।
ଜବତ କାଠ ଯାଜପୁରରୋଡ ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି। କାଠ ବେପାରୀ ସୁଶାନ୍ତ ଓ ଦୁଃଶାସନକୁ ବନ ବିଭାଗ ଗିରଫ କରିଛି। ଡିଏଫଓ ଅସିତ କୁମାର ଶତପଥୀଙ୍କ ନିର୍ଦେଶରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉରେ ଯାଜପୁରରୋଡ ରେଞ୍ଜର ଜ୍ୟୋତିରଂଜନ ମହାପାତ୍ର, ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ, ଦୁର୍ଯ୍ୟୋଧନ ବେଜ, କଟକ ଭିଜିଲାନ୍ସ ବିଭାଗର ଫରେଷ୍ଟର ବାଲାଇ ମୁର୍ମୁ, ଫରେଷ୍ଟ ଗାର୍ଡ ସୋନାଲି ମାଝୀ, ଫରେଷ୍ଟ ସ୍କ୍ବାଡ୍ ତ୍ରିଲୋଚନ ଦାସ, ଦେବେନ୍ଦ୍ର ସେଠୀ, ଅଜୟ କୁମାର ମଲ୍ଲିକ, ନାରାୟଣ ସାହୁ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/13-5.jpg)