ଭିଜିଲାନ୍ସ ଖୋଲିଲା ଗୁମର : ଜାଣନ୍ତୁ କୋଉ ବାବୁଙ୍କ ପାଖରୁ ମିଳିଲା କେତେ ଲକ୍ଷ ନଗଦ

ଭୁବନେଶ୍ବର: ନିକଟରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟ ବର୍ହିଭୂତ ଆୟକୁ ନେଇ ଜୋରସୋର ଚଢ଼ାଉ ହୋଇଥିଲା। ଭିଜିଲାନ୍ସ ଚଢ଼ାଉ ଭୟରେ କିଏ ଟଙ୍କା ପଡ଼ିଶାଘର ଛାତକୁ ଫିଙ୍ଗି ଦେଲାଣି ତ ଆଉ କିଏ ପାଣି ପାଇପ ଭିତରେ ଲୁଚାଇଲାଣି। ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା। ତେବେ ଭିଜିଲାନ୍ସ ଚଢ଼ାଉ ପରେ ସବୁଠାରୁ ଅଧିକ ଟଙ୍କା ସନ୍ତୋଷ ଦାସଙ୍କ ପାଖରୁ ଜବତ ହୋଇଥିବା ସୂଚନା ମିଳିଛି। ସନ୍ତୋଷ କୁମାର ଦାସ ହେଉଛନ୍ତି ଆଇଟିଡିଏର ସହକାରୀ ଯନ୍ତ୍ରୀ। ଦୁଇ ଦିନ ତଳେ ସନ୍ତୋଷଙ୍କ ଘର ସମେତ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ୪୧,୭୭ଲକ୍ଷ ଟଙ୍କା ମିଳିଛି। ଏଯାବତ୍ ନିକଟରେ ହୋଇଥିବା ଚଢ଼ାଉଗୁଡ଼ିକ ମଧ୍ୟରେ ଏହା ହେଉଛି ସବୁଠୁ ବଡ଼ ଜବତ ରାଶି।

ସେହିପରି ଦ୍ବିତୀୟରେ ଆସୁଛନ୍ତି ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ। ପ୍ରତାପ କୁମାର ସାମଲଙ୍କ ପାଖରୁ ୩୮ଲକ୍ଷ ୧୨ହଜାର ୯୦୦ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ତାଙ୍କ ଘରେ ନଭେମ୍ବର ୯ରେ ଚଢ଼ାଉ କରିଥିଲା।

ତୃତୀୟରେ ଆସୁଛନ୍ତି ନରୋତ୍ତମ ବେହେରା। ଶ୍ରୀ ବେହେରା ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ୍ ବୋର୍ଡର ଆଞ୍ଚଳିକ ଅଧିକାରୀ ରହିଛନ୍ତି। ନରୋତ୍ତମ ବେହେରାଙ୍କ ବାଲେଶ୍ୱର ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ୧୬ଲକ୍ଷ ୫୦ହଜାର ୧୩ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

Junior engineer on Vigilance radar - OrissaPOST

ସେହିପରି  ସ୍ପେଶିଆଲ ପିପି ଭବାନୀପାଟଣାର ଆଶୁତୋଷ ମିଶ୍ରଙ୍କ ଘରେ ଭିଜିଲାନ୍ସ ଗତ ଜୁଲାଇମାସରେ ରେ ଚଢ଼ାଉ କରିଥିଲା । ତାଙ୍କ ଘରୁ ୧୫ଲକ୍ଷ ୬୦ହଜାର ୧୪୦ଟଙ୍କା ମିଳିଥିଲା।

ଏଥିସହିତ ଭିଜିଲାନ୍ସ ବାଲିଗୁଡା ଆଇଟିଡିଏର କିରାଣୀ ବସନ୍ତ ପାଣିଙ୍କ ନିକଟରୁ ଚଢ଼ାଉ ସମୟରେ ୧୩ଲକ୍ଷ ୨୫ହଜାର ଟଙ୍କା ଜବତ କରିଥିଲା।

କିଛିମାସ ପୂର୍ବରୁ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବିରଞ୍ଚି ସାହୁଙ୍କ ଘରୁ ୧୨ଲକ୍ଷ ୪୬ହାଜର ୪୯୨ ଟଙ୍କା ଜବତ କରିଥିଲା।

ଏତଦବ୍ୟତୀତ ଜଳସେଚନ ବିଭାଗର ସୁପେରିଟେଣ୍ଡେଣ୍ଟ୍ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ୧୦ଲକ୍ଷ ୭ହଜାର ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର