ସଚିବାଳୟର ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚଳାନା ବିଭାଗରେ କାର୍ଯ୍ୟରତ ଓଏଏସ ଅଧିକାର ଆଶୁତୋଷ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ସଚିବାଳୟ ଭିତରେ ଥିବା ଶ୍ରୀ ସାମଲଙ୍କ କାର୍ଯ୍ୟାଳୟ, ଯାଜପୁର ବଡ଼ଚଣା ଥାନା ଅନ୍ତର୍ଗତ ଶାସନ ପୁରୁଶୋତ୍ତମପୁରସ୍ଥିତ ପୈତୃକ ଘର, ଖାରବେଳନଗରସ୍ଥିତ ଫ୍ଳାଟ୍‌ ଓ ଭଦ୍ରକ ଭଣ୍ଡାରିପୋଖରି ଥାନା ଅନ୍ତର୍ଗତ ନବରଙ୍ଗପୁର ଗାଁରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।

ସମ୍ବନ୍ଧିତ ଖବର