ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଶିବପ୍ରସାଦ ନାୟକଙ୍କ ଘରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା। ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଭୋର୍ରୁ ଶ୍ରୀ ନାୟକଙ୍କ ଟିଟିଲାଗଡ଼ ସରକାରୀ ବାସଭବନ, ବଲାଙ୍ଗୀର ବାସଭବନ ଓ ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ କରିଥିଲେ।
ଚଢ଼ଉ ସମୟରେ ରେଞ୍ଜର ଶ୍ରୀ ନାୟକ ଅନୁପସ୍ଥିତ ଥିବାରୁ ଭିଜିଲାନ୍ସ କର୍ମଚାରୀମାନେ ଘରେ ଥିବା ସମସ୍ତ ଜିନିଷପତ୍ରର ତନଖି କରିଥିଲେ ଓ ସେସବୁର ତାଲିକା ପ୍ରସ୍ତୁତ କରିଥିଲେ। ରେଞ୍ଜର ଶ୍ରୀ ନାୟକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଥିବା ନେଇ ସୂଚନା ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ଉ ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି।