ପୂର୍ବତନ ପ୍ରାଣୀ ଚିକିତ୍ସକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଯୋଡ଼ା : ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ାସ୍ଥିତ ବାସଭବନରେ ବୁଧବାର ଦିନ ୬ ଜଣିଆ ଭିଲିଲାନ୍ସ ଟିମ୍  ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପୈତୃକ ଘର ବେରୁଣାପଦି ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଚାର୍ଜସିଟ୍ ଦାଖଲ କରାଯାଇ ନାହିଁ। ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି  ଲଲାଟେନ୍ଦୁଙ୍କ ଘରେ ପହଞ୍ଚି ତାଙ୍କ ଘରର ମାପଚୁପ କରିଛନ୍ତି। ତେବେ ପୂର୍ବ ମାମଲାର ଚାର୍ଜସିଟ ଦାଖଲ କରାଯିବା ପାଇଁ  ଭିଜିଲାନ୍ସ ଏହି ଯାଞ୍ଚ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର