ବ୍ରହ୍ମପୁର: ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଆଜି ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ଓ ଡାଟା ଏଣ୍ଟ୍ରି ଅପରେଟର ଧରାପଡ଼ିଛନ୍ତି। ଉଭୟ  ଜଣେ ମେଡ଼ିସିନ ଷ୍ଟୋରର ମ୍ୟାନେଜରରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୁକ୍ତମାନେ ହେଲେ ଜୟନ୍ତ କୁମାର ମଲ୍ଲିକ ଓ ପ୍ରେମାଞ୍ଜନ ସ୍ବାଇଁ।

Advertisment

ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ରେଞ୍ଜ -୧ର ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର ପ୍ରେମାଞ୍ଜନ ସ୍ବାଇଁଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ। ମେଡିସିନ ଦୋକାନର ସାଇଟ୍ ବଦଳାଇବା ପାଇଁ ନେଉଥିଲେ ଲାଞ୍ଚ। ଏହି ଲାଞ୍ଚ ଅର୍ଥ ୨୫ ହଜାର ଟଙ୍କାକୁ ଜବତ କଲା ଭିଜିଲାନ୍ସ । ଉଭୟଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ବ୍ରହ୍ମପୁର ଗଜପତିନଗର ୧୦ ଲାଇନରେ ରହିଥିବା ଜୟନ୍ତ କୁମାର ମଲ୍ଲିକଙ୍କ ଭଡ଼ା ଘରେ ଚଢ଼ଉ ଜାରି ରହିଛି।