ଭିଜିଲାନ୍ସର ରିପୋର୍ଟ କାର୍ଡ, ୩୪ ଜଣ ପ୍ରଥମ ଶ୍ରେଣୀ( କ୍ଲାସ ୱାନ) କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ୧୨୦ ସରକାରୀ କର୍ମଚାରୀ, ଆୟ ବହିର୍ଭୂତ ସମ୍ପତ୍ତି ୬୨.୮୩ କୋଟି ଠାବ

ଭୁବନେଶ୍ବର: ମାତ୍ର ୧୦ ମାସରେ ୩୪ ଜଣ ପ୍ରଥମ ଶ୍ରେଣୀ( କ୍ଲାସ ୱାନ) କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜ୍ଜୁ କରାଯାଇଛି। ସେଥିରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କଠାରୁ କିରାଣୀ ଓ ପିଅନ ପର୍ଯ୍ୟନ୍ତ ଅଛନ୍ତି। ସେହିପରି କେବଳ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ୧୨୦ ଜଣ ସରକାରୀ ବାବୁ। ଏଥିରେ ମୁଖ୍ୟତଃ ପୁଲିସ, ଆରଟିଓ, ତହସିଲ କର୍ମଚାରୀ ପ୍ରମୁଖ ଅଛନ୍ତି। ୬୨.୮୩ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୯ ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି, ଅର୍ଥାତ ବିଦା କରି ଦେଇଛନ୍ତି। ଆଜି ଭିଜିଲାନ୍ସ ପକ୍ଷରୁ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ପାଳନ ଅବସରରେ ଏଭଳି ରିପୋର୍ଟ କାର୍ଡ ପ୍ରଦାନ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବର୍ଷ ୨୦୧୯ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୪୧୮ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ୨୫୦ଟି ମାମଲା ରୁଜୁ କରାଯାଇଛି। ଏଥିରେ ୩୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୨୪ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୨୩୫ ଜଣ ତୃତୀୟ ଜଣ କର୍ମଚାରୀ ଓ ୫ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୨୮ ଜଣ ସରକାରୀ ଓ ୯୨ ଜଣ ବେସରକାରୀ କର୍ମଚାରୀ ଅଛନ୍ତି। ଏହି ୨୫୦ଟି ମାମଲା ମଧ୍ୟରୁ ୫୨ ଟି ମାମଲା ହେଉଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା। ଏଥିରେ ୫୮ ଜଣ ସରକାରୀ କର୍ମଚାରୀ ଓ ୨୫ ଜଣ ବେସରକାରୀ କର୍ମଚାରୀଙ୍କଠାରୁ ୬୨.୮୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି। ସେହିପରି ୧୧୪ଟି ଲାଞ୍ଚ ନେବା ମାମଲା ରୁଜୁ ହୋଇଛି। ଯେଉଁଥିରେ ୧୨୦ ଜଣ ସରକାରୀ କର୍ମଚାରୀ ଓ ୨ ଜଣ ବେସରକାରୀ କର୍ମଚାରୀ ଅଛନ୍ତି। ସମସ୍ତ ମୋଟ ୧୭.୩୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ।

ଚଳିତ ବର୍ଷ ୨୧୩ ଜଣଙ୍କ ବିରୋଧରେ ୮୪ଟି ଅର୍ଥ ଆତ୍ମସାତ ମାମଲା ରୁଜୁ କରିଛି ଭିଜିଲାନ୍ସ। ଏଥିରେ ୧୪୮ ଜଣ ସରକାରୀ କର୍ମଚାରୀ, ୬୫ ଜଣ ବେସରକାରୀ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୨ ଜଣ ଦ୍ବିତୀୟ ଶ୍ରେଣୀ, ୧୧୫ ଜଣ ତୃତୀୟ ଶ୍ରେଣୀ ଓ ୨୧ ଜଣ ସରକାରୀ କର୍ମଚାରୀ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ୨୫୪ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିଛି। ସେମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଆକଳନ କରୁଛନ୍ତି। ସେଥି ମଧ୍ୟରୁ ୨୭ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୨୫ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୧୮୭ ଜଣ ତୃତୀୟ ଶ୍ରେଣୀ, ୫ ଜଣ ଚତୁର୍ଥ ଶ୍ରେଣୀ, ୩୪ ଜଣ ସରକାରୀ ଓ ୧୩ ଜଣ ବେସରକାରୀ କର୍ମଚାରୀ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ବିଭିନ୍ନ କୋର୍ଟରେ ୧୧୮ଟି ମାମଲା ମାମଲା ମଧ୍ୟରୁ ୧୧୨ ଜଣଙ୍କ ବିରୋଧରେ ବିଭିନ୍ନ କୋର୍ଟରେ ଚାର୍ଜସିଟ ଦାଖଲ ହୋଇ ସାରିଛି। ଏଥିରେ ମଧ୍ୟରେ ୧୧ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୯ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୧୨୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ,୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ମାମଲାରେ ୧୫୯ ଜଣଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରେ ୨୧ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୧୦୩ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩ ଜଣ ସରକାରୀ ଓ ୮ ଜଣ ବେସରକାରୀ କର୍ମଚାରୀ ଅଛନ୍ତି। ଚଳିତ ବର୍ଷ ଭିଜିଲାନ୍ସର ବିଭିନ୍ନ ମାମଲାରେ ୭୧ ଜଣ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ଜଣ ଦ୍ବିତୀୟ ଶ୍ରେଣୀ, ୫୩ ଜଣ ତୃତୀୟ, ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ ବିରୋଧରେ ଲାଞ୍ଚ ନେବା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଥିଲା। ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୫୯ ଜଣ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୧୨ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୪୨ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଓ ଜଣେ ଅନ୍ୟ ସରକାରୀ କର୍ମଚାରୀ ଅଛନ୍ତି। ଚାକିରି ସମୟରେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ ଅବସର ଗ୍ରହଣ କରିଥିବା ୧୪ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରିଛନ୍ତି ରାଜ୍ୟ ସରକାର। ସେଥି ମଧ୍ୟରୁ ୮ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ଜଣେ ଦ୍ବିତୀୟ ଶ୍ରେଣୀ କର୍ମଚାରୀ ଓ ୫ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଅଛନ୍ତି।

ସମ୍ବନ୍ଧିତ ଖବର