ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରିର ଜଣେ ଆରଆଇ ଏବଂ ପିଅନ ଭିଜିଲାନସ୍ ଜାଲରେ ଛନ୍ଦି ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅଶ୍ବିନୀ କୁମାର ନାୟକ ନାମକ ଜଣେ ବ୍ୟକ୍ତି ନିଜ ଜମିର ମ୍ୟୁଟେସନ୍ କରାଇବା ଲାଗି ବେଶ୍ କିଛି ଦିନ ହେବ ବ୍ରହ୍ମଗିରିର ଆରଆଇ ବିଚିତ୍ରମୋହନ ମିଶ୍ରଙ୍କ ପାଖକୁ ଧାଉଁଥିଲେ। ହେଲେ ଅଶ୍ବିନୀଙ୍କୁ ‘ହଁ କରିବା’ ବୋଲି କହି ଦିନ ଗଡ଼ାଉଥିଲେ। କିନ୍ତୁ କାମ ହେଉ ନଥିଲା। ଅବଶେଷରେ ଆରଆଇ ବିଚିତ୍ରମୋହନ ମିଶ୍ର ଅଶ୍ବିନୀଙ୍କୁ ୬ଶହ ଟଙ୍କା ଲାଞ୍ଚ ମାଗିଥିଲେ।

Advertisment

publive-image
ଏହାପରେ ଅଶ୍ବିନୀ କୁମାର ନାୟକ ନିଜ ଜମିର ମ୍ୟୁଟେସନ୍ କରାଇବା ଲାଗି ଆର୍ ଆଇ ବିଚିତ୍ରମୋହନ ମିଶ୍ର ତାଙ୍କୁ ୬ଶହ ଟଙ୍କା ଲାଞ୍ଚ ମାଗିଥିବା କଥା ପୁରୀ ଭିଜିଲାନ୍ସ ଡିଏସପିଙ୍କୁ କହିଥିଲେ। ତା’ପରେ ଯୋଜନା ମୁତାବକ, ଆଜି ଆରଆଇ ବିଚିତ୍ରମୋହନ ମିଶ୍ର ଏବଂ ପିଅନ କବିତା ବେହେରା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ୍ ଅଧିକାରୀ ଉଭୟଙ୍କୁ ଧରିଥିଲେ। ଭିଜିଲାନ୍ସ୍ ଡିଏସପି ହରନାରାୟଣ ପତିଙ୍କ ନିର୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା।
ଏହି ଘଟଣା ଏବେ ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।