ବଲାଙ୍ଗୀର: ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନସ ହାତରେ ଧରାଇଲେ କିରାଣୀ

ବଲାଙ୍ଗୀର: ଜଣେ ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନସ ହାତରେ ଧରାଇଲେ କିରାଣୀ। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଳା ଆଗଲପୁର ତହସିଲ ଅଫିସରେ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନସ ଦ୍ୱାରା ଗିରଫ ହୋଇଛନ୍ତି ଆଗଲପୁର ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ। ମୁଖ୍ୟ କିରାଣୀଙ୍କ ସହିତ ତହସିଲ ଅଫିସର ସିନିୟର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ର ମଧ୍ୟ ଭିଜିଲାନସ ଦ୍ୱାରା ଗିରଫ ହୋଇଛନ୍ତି।

ଦୀର୍ଘ ୬ ମାସ ହେଲା ଜମି ପଟ୍ଟା କରେଇ ଦେବା ପାଇଁ ସନ୍ତୋଷ ନାଗଙ୍କୁ ହଇରାଣ କରୁଥିଲେ ମୁଖ୍ୟ କିରାଣୀ ବିକାଶ ଭୋଇ। ଏଥିପାଇଁ କିରାଣୀ ଜଣକ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଏ ସଂର୍ପକରେ ଭିଜିଲାନସ ବିଭାଗକୁ ଖବର ଦେଇଥିଲେ ସନ୍ତୋଷ। ଆଜି ପୁର୍ବ ଯୋଜନା ମୁତାବକ ୬ ହଜାର ଟଙ୍କ ମୁଖ୍ୟ କିରାଣୀ ବିକାଶ ଭୋଇଙ୍କୁ ସନ୍ତୋଷ ଦେବାରୁ କିରାଣୀ ଜଣକ ନିଜେ ଟଙ୍କା ନନେଇ ସିନିଅର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେଇ ଦେବାକୁ କହିଥିଲେ । ଚନ୍ଦ୍ରଶେଖର ଟଙ୍କା ଗ୍ରହଣ କରିବା ସମୟରେ ଉଭୟଙ୍କୁ କାବୁ କରିଥିଲା ଭିଜିଲାନସ ବିଭାଗ।

ଦୁଇ ଜଣଙ୍କୁ ଗିରଫ କରି ଭିଜିଲାନସ ବିଭାଗ କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୋଗକୁ ଅସ୍ୱୀପାର କରିଛନ୍ତି ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ। ସେପଟେ ଗିରଫ ଉଭୟଙ୍କ ଘରକୁ ଚଢଉ ଜାରି ରଖିଛି ଭିଜିଲାନସର ମିଳିତ ଟିମ ।

ସମ୍ବନ୍ଧିତ ଖବର