ବିଜ୍ଞାନ ଇଣ୍ଟରନ୍ୟାସନାଲ୍‌ କଲେଜର ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ

ଭୁବନେଶ୍ବର: କୋରାପୁଟ ଠାରେ ଥିବା ବିଜ୍ଞାନ ଇଣ୍ଟରନ୍ୟାସନାଲ କଲେଜର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ରଖି ପାସ କରିଛନ୍ତି। ସର୍ବମୋଟ ୩୦ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୦ ଜଣ ପ୍ରଥମ ଏବଂ ୫ ଜଣ ଦ୍ବିତୀୟ ଶ୍ରେଣୀରେ ପାସ କରିଛନ୍ତି। ଯୁକ୍ତ ୨ ବିଜ୍ଞାନରେ ୧୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥମଧ୍ୟରୁ ୪୭ ଜଣ ପ୍ରଥମ ଶ୍ରେଣୀ, ୪୩ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୧୩ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।

ପମିତ୍ କୁମାର ଦାଶ ୮୫ ପ୍ରତିଶତ ରଖି ବାଣିଜ୍ୟରେ କଲେଜ ଟପ୍ପର ହୋଇଥିବା ବେଳେ ପି ରବି ତେଯା ୮୨ ପ୍ରତିଶତ ଏବଂ ଶୁଭମ୍ ସାବତ ୮୧ ମାର୍କ ରଖି କ୍ରମାଗତ ଭାବେ ଦ୍ବିତୀୟ ଏବଂ ତୃତୀୟ ହୋଇଛନ୍ତି। ୮୬ ପ୍ରତିଶତ ମାର୍କ ରଖି ଆଦିତ୍ୟ କୁମାର ନାୟକ ବିଜ୍ଞାନରେ ସ୍କୁଲ୍ ଟପର୍ ଥିବା ବେଳେ ତପସ୍ଵିନୀ ସାହୁ ୮୩ ପ୍ରତିଶତ ଏବଂ ଲିପସିତା ପ୍ରାମାଣିକ ୮୩ ମାର୍କ ରଖି କ୍ରମାଗତ ଭାବେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ସୁବ୍ରତ କୁମାର ମିଶ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର