ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ପକ୍ଷରୁ ପ୍ରକାଶ ପାଇଲା ‘କ୍ୟାରିୟର ଗାଇଡ-୨୦୧୯’

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଡିରେକ୍ଟୋରିମାନ ପ୍ରକାଶ କରିଆସୁଥିବା ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ପକ୍ଷରୁ ଚଳିତ ବର୍ଷର “ବିଜ୍ଞାପନ୍’ସ କ୍ୟାରିୟର ଗାଇଡ-୨୦୧୯” ପ୍ରକାଶିତ ହୋଇଛି ।

ଫନି ମହାବାତ୍ୟାର ତାଣ୍ଡବ ଦୃଷ୍ଟିରୁ ଚଳିତ ବର୍ଷର ଉନ୍ମୋଚନ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ବିଜ୍ଞାପନର କାର୍ଯ୍ୟାଳୟ ପାଳନ କରାଯାଇଥିଲା। ଏହି ଅବସରରେ ତକ୍ଷକ ଟିଭିର ଏଡିଟର-ଇନ୍-ଚିଫ୍ ଅପୂର୍ବ ମହାନ୍ତି, ବିଜ୍ଞାପନ ଗ୍ରୁପ୍‌ର ଡାଇରେକ୍ଟର କମଳାକାନ୍ତ ମହାନ୍ତି ଓ ମନୋଜ ପୃଷ୍ଟି, ପ୍ରକାଶିକା ରଶ୍ମିତା ମହାପାତ୍ର, ସମ୍ପାଦକ ଦିଲୀପ ମିଶ୍ର, ମାର୍କେଟିଂ ମ୍ୟାନେଜର ସର୍ବେଶ୍ୱର ରାଉତରାୟ, ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଶୁଭେଚ୍ଛୁମାନେ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶିତ ଏହି ଡିରେକ୍ଟୋରିରେ ରାଜ୍ୟର ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୂର୍ବର ଯୁକ୍ତ ୨ ମହାବିଦ୍ୟାଳୟ), ସିବିଏସଇ ଏବଂ ଆଇସିଏସଇ ଶିକ୍ଷା ପ୍ରଦାନ କରୁଥିବା ଘରୋଇ ବିଦ୍ୟାଳୟ, ଟ୍ୟୁଟୋରିଆଲ, ଟ୍ରେନିଙ୍ଗ ଓ ପ୍ଲେସମେଣ୍ଟ କନ୍ସଲଟାଣ୍ଟ ଇତ୍ୟାଦି ବିଷୟରେ ତଥ୍ୟ ରହିଛି।

ସୂଚନାଯୋଗ୍ୟ ଯେ, ଆମ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଆର୍ଥିକ ଓ ବ୍ୟାଙ୍କ କ୍ଷେତ୍ର ଏବଂ ସର୍ବୋପରି ରାଜନୈତିକ କ୍ଷେତ୍ର ସଂପର୍କିତ ବିଭିନ୍ନ ତଥ୍ୟକୁ ନେଇ ପ୍ରସଙ୍ଗଭିତ୍ତିକ ସ୍ୱତନ୍ତ୍ର ଡିରେକ୍ଟୋରିମାନ ପ୍ରକାଶ କରିଆସୁଥିବା ଏକମାତ୍ର ଅନୁଷ୍ଠାନ ହେଉଛି ‘ବିଜ୍ଞାପନ’।

‘ବିଜ୍ଞାପନ’ ପକ୍ଷରୁ ପ୍ରକାଶ ପାଇ ଆସୁଛି ‘ହେଲ୍ଥଲାଇନ’, ‘ଏ ମିରର ଅଫ୍ ଫାଇନାନସିଆଲ ଇନଷ୍ଟିଚ୍ୟୁସନ୍‌ସ ଆଣ୍ଡ ବ୍ୟାଙ୍କ୍ସ ଇନ୍ ଓଡ଼ିଶା’, ‘ଫୁଡ୍ ଇଣ୍ଡଷ୍ଟ୍ରିଜ୍ ଇନ୍ ଓଡ଼ିଶା’, ‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’, ‘ଆମ ସମୟର ଶିଳ୍ପ’, ‘ଓଡ଼ିଶା ରାଜନୀତି’, ‘ଅଟୋ ଗ୍ଲାମର ଏବଂ ‘ବିଜ୍ଞାପନ୍ସ୍ କ୍ୟାରିୟର ଗାଇଡ୍’। ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ କ୍ୟାରିୟର ଗାଇଡ ଉପଲବ୍ଧ ହେଉଛି। ପାଠକମାନେ ଦୀପକ ନାୟକ (ମୋବାଇଲ ନଂ ୭୫୦୪୯୯୦୨୧୮/ ୯୪୩୭୯ ୨୭୩୪୭)ଙ୍କ ସହିତ ଯୋଗାଯୋଗ କରି ପୁସ୍ତକଟିକୁ କ୍ରୟ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର