ହରିପୁର: ଯାଜପୁର ସଦର ଥାନା ଅଧୀନ ଏନ୍ଏଚ୍-୨୦ ଖରସ୍ରୋତା ନଦୀବନ୍ଧ ଉପରେ ଆଜି ଅପରାହ୍ଣରେ ଏକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି କୁଆଖିଆ ଥାନା ନରସିଂହପୁର ପଞ୍ଚାୟତ ଉମାଦେବୀ ପାଟଣା (ହରିପୁର )ର ବିଦ୍ୟାଧର ଦାସ (୭୦)।
ଆଜି ଅପରାହ୍ଣରେ ଯାଜପୁର ଟାଉନରେ ରହୁଥିବା ସାନପୁଅ ଶିବ ଚରଣ ଦାସ ନିକଟରୁ ସାଇକେଲରେ ଫେରୁଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-ff.jpg)