ବିଜୟ କୁମାର କର ଜିଏସ୍‌ଟି ଭୁବନେଶ୍ୱର ଜୋନ୍‌ର ନୂତନ ଚିଫ୍‌ କମିସନର

ଭୁବନେଶ୍ବର : ୧୯୮୯ ବ୍ୟାଚର ଆଇଆର୍‌ଏସ୍‌ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିସନର, ଜିଏସ୍‌ଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ କମିସନରେଟର ପ୍ରିନ୍ସିପାଲ କମିସନର ଭାବେ କାର୍ଯ୍ୟରତ ଥିଲେ । ୧୯୮୯ରେ ଆସିଷ୍ଟାଣ୍ଟ କମିସନର ଭାବେ ବିଭାଗରେ ଯୋଗ ଦେଇ ସେ କୋଲକାତା, ବେଙ୍ଗାଲୁରୁ, ଭାଇଜାଗ, ହାଇଦ୍ରାବାଦ ଆଦି ସ୍ଥାନରେ କାମ କରିଛନ୍ତି। ୨୦୧୮ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ପ୍ରିନ୍ସିପାଲ କମିସନର, ଭୁବନେଶ୍ୱର ଜିଏସଟି କମିସନରେଟ୍‌ ସହ ସେ ଅତିରିକ୍ତ ଭାବେ ଭୁବନେଶ୍ୱର ଅଡିଟ କମିସନରେଟ୍‌ର ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ସମ୍ବନ୍ଧିତ ଖବର