ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି। ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ଓ ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାକେଶ ମଲ୍ଲିକଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି। ଶାରଦା ମାହାଙ୍ଗାରେ ଓ ରାକେଶ ସୋରରେ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଦଳବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଜୟ ୨୦୦୯ରେ ପାଟକୁରା, ୨୦୧୪ରେ ମହାକାଳପଡ଼ା ଓ ୨୦୧୯ରେ ପାଟକୁରାରେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ବହିଷ୍କାର ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜୟ କହିଛନ୍ତି, ମୁଁ କିଛି ବର୍ଷ ହେଲା ଦଳରେ ନଥିଲି। ଏକଥା ସମସ୍ତେ ଜାଣନ୍ତି। ରାଜ୍ୟ ବିଜେପି ସଭାପତି ବି ଜାଣନ୍ତି। ଦଳରେ ଯିଏ ନଥିଲା ସେ ବହିଷ୍କୃତ କ’ଣ ହେବ? ନିଜକୁ ନିଜେ ଲୋକହସା କରୁଛନ୍ତି।
ବିଜୟ ମହାପାତ୍ର ବିଜେପିରୁ ବହିଷ୍କୃତ: ଶାରଦା, ରାକେଶ ବି ବିଦା
ମୁଁ ଦଳରେ ନଥିଲି: ବିଜୟ
/sambad/media/post_attachments/wp-content/uploads/2017/12/bijaya.jpg)
/sambad/media/agency_attachments/2024-07-24t043029592z-sambad-original.webp)