ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, ‘କୋଭିଡ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି। ପଜିଟିଭ୍ ସଂଖ୍ୟା ବଢ଼ୁଛି। ଏହା କେବେ କମିବ କହି ହେବନି। ଯେପର୍ଯ୍ୟନ୍ତ ସମାନ୍ତରାଳ ସ୍ଥିତିକୁ ନ ଆସିଛି, ଏହା ଆଗକୁ ବଢ଼ିବ କି ନାହିଁ କହିପାରିବା ନାହିଁ । ତେବେ ସଂକ୍ରମଣର ଯେଉଁ ବୃଦ୍ଧି ଦେଖାଯାଉଛି, ତାହା ଉଦବେଗଜନକ ନାହିଁ । ତେଣୁ କୋଭିଡକୁ ନେଇ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ । ଯାହା ପାଖରେ ଲକ୍ଷଣ ଦେଖାଯାଉଛି, ଟେଷ୍ଟ କରାଇ ନିଅନ୍ତୁ । ଆଇସୋଲେସନରେ ରୁହନ୍ତୁ । ଏବେ ବ୍ୟକ୍ତିଗତ ସ୍ତରରେ ସତର୍କ ହେବାକୁ ପଡ଼ିବ । ଲୋକ ସଚେତନ ହେଲେ, ସଂକ୍ରମଣକୁ ରୋକିପାରିବା।
କୋଭିଡକୁ ନେଇ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର
/sambad/media/post_attachments/wp-content/uploads/2022/07/t-165-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)