ଭୁବନେଶ୍ବର: କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତିରେ ସୁଧାର ଆସିଲେ ଡ଼ୋର ଟୁ ଡ଼ୋର ସର୍ଭେକୁ ଜୋରଦାର କରାଯିବ । ପ୍ରଭାବିତ ଅଂଚଳରେ ଲୋକମାନେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରିଲେ ଭ୍ୟାକ୍ସିନେସନ ଓ ଟେଷ୍ଟିଂ ଆରମ୍ଭ ହେବ । ବାତ୍ୟା ପାଇଁ ଟେଷ୍ଟିଂ କମିଛି । ଆମ ରାଜ୍ୟରେ ପିଜିଟିଭିଟି ରେଟ କମିଛି ।

Advertisment

ବାତ୍ୟା ଦ୍ୱାରା ଆମର କୌଣସି ଜିଲ୍ଲାରେ ଭିତିଭୂମି ନଷ୍ଟ ହୋଇନାହିଁ । ଆଇସିୟୁରେ ଅତି ଗୁରୁତର କରୋନା ରୋଗୀ ବହୁଦିନ ହେବ ରିହି ଚିକିତ୍ସିତ ହେଉଥିବା ଫଳରେ ଏବେ ମୃତ୍ୟୁ ସଂଖ୍ୟା ଅଧିକ ଆସୁଛି । ରାଜ୍ୟରେ ଆଇସିୟୁ ୮୦ ପ୍ରତିଶତ ଫିଲଅପ୍ ଅଛି ଓ ଭେଂଟିଲେଟର ୫୦ ପ୍ରତିଶତ ଫିଲଅପ୍ ଅଛି । ଏକ୍ସପର୍ଟ ମାନଙ୍କ ମତାମତ ନିଆଯାଉଛି । ତାପରେ ଲକଡ଼ାଉନ୍ ଉପରେ ଚିନ୍ତା କରାଯିବ ।