ବିଜେପିର ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡା: ବିଜେପିର ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ବିଜୟ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେ ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ। ଖୁବ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ । ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଥିଲେ ବିଜୟ। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ସ୍ବାଭାବର ବ୍ୟକ୍ତି ଥିଲେ ।
ତାଙ୍କ ବିୟୋଗ ସମଗ୍ର ମହାକାଳପଡ଼ା ତଥା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି । ଦେହ ଅସୁସ୍ଥ ଥିବାରୁ ବିଜୟ ଗତ ଦୁଇଦିନ ହେବ ଭୁବନେଶ୍ବରସ୍ଥିତ ବାସଭବନରେ ରହୁଥିଲେ । ତେବେ ବିଳମ୍ବିତ ରାତିରେ ତାଙ୍କର ଏପରି ମୃତ୍ୟୁ ଖବର ସମସ୍ତଙ୍କୁ ସ୍ବବ୍ଧ କରି ଦେଇଛି ।

ସମ୍ବନ୍ଧିତ ଖବର