ଟା‌ର୍ଗେଟ୍‌ ବଲ୍‌ ପ୍ରତିଯୋଗିତାରେ ଦେଶ ପାଇଁ ଗୌରବ ଆଣିଲେ ବିକାଶ ଓ ହରିଶ୍ଚନ୍ଦ୍ର

ବାରିପଦା: ବାଂଲାଦେଶ ଢାକାରେ ଅନୁ‌ଷ୍ଠିତ ଜୁନିଅର ଟା‌ର୍ଗେଟ୍‌ ବଲ୍‌ ପ୍ରତିଯୋଗିତାରେ ଭାରତୀୟ ଦଳ ୧୫-୬ ପଏଣ୍ଟରେ ବିଜୟ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହି ଦଳରେ ଦେଶର ପ୍ରତିନିଧିତ୍ବ କରିଥିଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ୧୧ ନମ୍ବର ୱାର୍ଡର ୨ ଖେଳାଳି ବିକାଶ ରଞ୍ଜନ ଦାଶ ଓ ହରିଶ୍ଚନ୍ଦ୍ର ହାତୀ। ସେମାନେ ବାରିପଦାରେ ପହଞ୍ଚିବା ପରେ ୱାର୍ଡବାସୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ସ୍ଥାନୀୟ କାଉନସିଲର ପ୍ରଭାତୀ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବଳରାମ ନାଥ, ତ୍ରିଲୋଚନ ସିଂହ, ସଞ୍ଜିତ ରଣା, କୌଶିକ ମହାପାତ୍ର, ପାର୍ଥସାରଥୀ ପୃଷ୍ଟି, ଅଭିଷେକ ପଟ୍ଟନାୟକ, ବିବେକ ପ୍ରଧାନ, ରଞ୍ଜିତ ଦାସ, ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର