ଜୟପୁର: ୨୦୨୨ମସିହା ସେପ୍ଟେମ୍ବର ୧୭ତାରିଖ ଦିନ ରାସ୍ତା ଓ କୋଠାବାଡ଼ି ବିଭାଜନ ପକ୍ଷରୁ ବିଶ୍ବବିଦ୍ୟାଳୟ ସମ୍ମୁଖ ଗେଟରେ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତିକୁ ବହୁ ବାଦ ବିଭାଦ ପରେ ଉଠାଇ ନିଆଯାଇଥିଲା। ଏବେ ରାଜପରିବାର ସହ ଆଲୋଚନା କରି ସେମାନେ ଦେଇଥିବା ଫଟୋଚିତ୍ର ଅନୁଯାୟୀ ୨୫ଲକ୍ଷ ଖର୍ଚ୍ଚ କରି ବ୍ରୋଂଜର ମୂର୍ତ୍ତି ତିଆରି କରି ଅଣାଯାଇଛି ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ସେଭଳି ପାରାବେଡ଼ା ଛକରେ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ସ୍ଥାପନ କରାଯିବ।

Advertisment

୨୦୨୨ମସିହା ସେପ୍ଟମ୍ବର ୧୭ତାରିଖ ଦିନ ପ୍ରଥମ ମୂର୍ତ୍ତୀ ସ୍ଥାପନ ଏବଂ ଅସଙ୍ଗତି ରହିଥିବା ଅଭିଯୋଗ ଉଠିବା ପରେ ମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିଧାୟକ ପାଣ୍ଠିରୁ କିଣିବାକୁ ୨୫ଲକ୍ଷରୁ ଅନୁଦାନ ଦେଇଥିଲେ। ଏହାରି ମଧ୍ୟରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ସଂଗଠନ ପକ୍ଷରୁ ମୂର୍ତ୍ତିବସାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

publive-image

ଅପରପକ୍ଷରେ ପୌରପାଳିକା ପକ୍ଷରୁ ବ୍ରୋଂଜର ପ୍ରତିମୂର୍ତ୍ତି ବସାଇବା ପାଇଁ ମୂର୍ତ୍ତି ଅଣାଯାଇଛି। ମୂର୍ତ୍ତିଟିକୁ କଲେଜ ସମ୍ମୁଖ ଗେଟରେ ମୁହଁ ଗୁଡ଼ାଇ ରଖାଯାଇଛି। ତେବେ ମୂର୍ତ୍ତୀର ବାହାରେ ସେ ଧରିଥିବା ଅସ୍ତ୍ର ଦିଶୁଛି । ମୂର୍ତ୍ତିର ଅସଙ୍ଗତିକୁ ନେଇ ପୁଣି ଏବେ ବିବାଦ ଉଠିବା ସହ ଶିକ୍ଷା, ସାହିତ୍ୟ, କଳା ଓ ସଂସ୍କୃତି ସହ ଜଡିତ ଥିବା ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମାନବାଧିକାର କର୍ମୀ ଅନୁପ ପାତ୍ର ଦାବି କରି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ଆନ୍ଧ୍ର ବିଶ୍ବବିଦ୍ୟାଳୟ ଓ ଏହାରି ପରିସରରେ ଜୟପୁର କଲେଜ ଅଫ ଟେକ୍ନୋଲୋଜି ଏଣ୍ଡ ସାଇନସ୍, ଜୟପୁରରେ ବିକ୍ରମ ଦେବ ମହାବିଦ୍ୟାଳୟ, ଶ୍ରୀ ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟ ସ୍ଥାପନ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟକୁ ଆର୍ଥିକ ସହଯୋଗ କରି ଦେଶରେ ଶିକ୍ଷାର ବିକାଶ କ୍ଷେତ୍ରରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ଉଦ୍ୟମ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ଏପରି ମହାନ ବ୍ୟକ୍ତିଙ୍କ ପୂଜ୍ୟପୂଜା ପାଇଁ ତଥା ତାଙ୍କ ସଂପର୍କରେ ଆଗାମୀ ପିଢ଼ୀ ଜାଣିବା ପାଇଁ ସଠିକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ମାନବାଧିକାର କର୍ମୀ ଶ୍ରୀ ପାତ୍ର। ଅପରପକ୍ଷରେ ରାଜ ପରିବାର ପକ୍ଷରୁ ମହାରାଜ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ପୌରପାଳିକା ପକ୍ଷରୁ ସ୍ଥାପନ କରାଯାଉଥିବାରୁ କୃତଞତାଞାପନ କରି ଟୁଇଟ୍ କରାଯାଇଛି। ମହାଦଳିତ ପାରି ମହାସଂଘର ଦୀର୍ଘ ଦିନର ଦାବି ପୁରଣ କରିଥିବାରୁ ଏମାନେ ଜୟପୁର ବିଧାୟକ ଓ ପୌରପାଳିକାକୁ କୃତଜ୍ଞତା ଞାପନ କରିଛନ୍ତି।