ଭୁବନେଶ୍ବର: ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ ପକ୍ଷରୁ ଆଜି ଲୋୟର୍ ପିଏମ୍ଜିରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଭବନ ସମ୍ମୁଖରୁ ଗ୍ରାମରକ୍ଷୀମାନେ ଏକ ବିରାଟ ପଟୁଆରରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସଭାପତି ଅମରେଶ୍ବର ମଲ୍ଲିକ ସଂଘର ଦାବି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଓଡ଼ିଶା ଆରକ୍ଷୀ ସେବା ଅଂଶବିଶେଷ ଭାବରେ ଅପରାଧ ନିୟନ୍ତ୍ରଣ ପାଇଁ ଥାନାବାବୁ ନିର୍ଦେଶକୁ ଠିକ ଭାବେ ଗ୍ରାମରକ୍ଷୀମାନେ ହିଁ କରି ଆସୁଛନ୍ତି। ସରକାରଙ୍କ ବିରୋଧରେ ମାଓବାଦୀମାନଙ୍କ ଷଡ୍ଯନ୍ତ୍ରକୁ ପୁଲିସକୁ ଦେଇ ହତ୍ୟାର ଶିକାର ହେଉଛନ୍ତି। ଗାଁ ଗାଁ ବୁଲି ଏହି ଗ୍ରାମରକ୍ଷୀମାନେ ୱାରେଣ୍ଟ ବାଣ୍ଟୁଛନ୍ତି। ଥାନାକୁ ସମସ୍ତ ପ୍ରକାର ଗୁପ୍ତ ଖବର ଆଗୁଆ ପ୍ରଦାନ କରୁଛନ୍ତି। କିନ୍ତୁ ଗ୍ରାମରକ୍ଷୀମାନେ ଯେଉଁଭଳି ସରକାରୀ ସୁବିଧା ସୁଯୋଗ ପାଇବା କଥା, ତାହା ପାଇ ପାରୁନାହାନ୍ତି। ତେଣୁ ସଂଘ ପକ୍ଷରୁ ଦାବି ହୋଇଛି ଯେ ଗ୍ରାମରକ୍ଷୀମାନଙ୍କ ମାସିକ ଦରମା ୯,୩୦୦ ଟଙ୍କା ଡିଏ, ଗ୍ରେଡ୍ ପେ, ପିଏସଆଇ ସହ ସରକାରୀର ଚାକିରି ସମସ୍ତ ସୁବିଧା ପ୍ରଦାନ, ଗ୍ରାମରକ୍ଷୀମାନଙ୍କୁ ଭିଲେଜ ଗାର୍ଡ ପରିବର୍ତେ ଭିଲେଜ୍ ପୁଲିସର ମାନ୍ୟତା, ଖାଲି ପଡ଼ିଥିବା ଗ୍ରାମରକ୍ଷୀ ପଦ ଅବିଳମ୍ବେ ପୂରଣ, ଗ୍ରାମରକ୍ଷୀମାନଙ୍କୁ ଉନ୍ନତମାନର ତାଲିମ୍, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେଲେ ପରିବାରକୁ ୧୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ଇତ୍ୟାଦି। ସମାବେଶରେ କାର୍ଯ୍ୟକାରୀ ସଭାପତି ମାଧବାନନ୍ଦ ମଲ୍ଲିକ, ଉପସଭାପତି ହେମନ୍ତ ନାୟକ, ସମ୍ପାଦକ କାଳନ୍ଦୀ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗ୍ରାମରକ୍ଷୀ ସଂଘର ବିକ୍ଷୋଭ
/sambad/media/post_attachments/wp-content/uploads/2019/02/Untitled-6-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)