ସମ୍ବଲପୁର : ବୁଧବାରଠାରୁ ‘ଗାଁ ଆମ୍ବ ପସରା’ ଆରମ୍ଭ ହୋଇଛି। ପଲ୍ଲିଶ୍ରୀ, ଓର୍‌ମାସ, ମିଶନ ଶକ୍ତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଏହା ଆରମ୍ଭ କରାଯାଇଛି। ବୁଧବାର ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) କାର୍ଯ୍ୟାଳୟ ପାଖ ଟାଉନ୍‌ ହଲ୍‌ ସମ୍ମୁଖ ଷ୍ଟଲଠାରେ ଏହାକୁ ସମ୍ବଲପୁର ପିଡି ଡିଆର୍‌ଡିଏ ଶୁକାନ୍ତ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ତାଙ୍କ ସହିତ ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍‌ଏମ୍‌ସି କମିସନର୍‌ ଅନିରୁଦ୍ଧ ପ୍ରଧାନ, ନାବାର୍ଡ ଏଜିଏମ ଦେବିଶ୍ ବେହେରା, ଓରମାସ୍‌ ଅଧିକାରୀ ଶ୍ରୀମନ୍ତ ହୋତା, ଡିଡିଏଚ୍‌ ରଞ୍ଜନ ଦାସ ମହାପାତ୍ର, ଏଲ୍‌ଡିଏମ୍‌ ଯୁଗଳ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନରେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆ, ଶାନ୍ତିନଗର ମାର୍କେଟ, ମହିଳା ଥାନା ସମ୍ମୁଖ, ଟାଉନ୍‌ ହଲ୍‌ ସମ୍ମୁଖ ଏବଂ ଗୋବିନ୍ଦତୋଲା ଦୁର୍ଗା ମଣ୍ଡପ ନିକଟରେ ଏହି ଗାଁ ଆମ୍ବ ପସରା ଖୋଲା ଯାଇଛି। ପ୍ରତ୍ୟେକ ସ୍ଥାନରେ ୨ଟି ଲେଖାଏଁ ଷ୍ଟଲ୍‌ ରହିଛି। ପ୍ରଥମ ଦିନ ୮ କ୍ବିଣ୍ଟାଲ୍‌ରୁ ଅଧିକ ଆମ୍ବ ବିକ୍ରି ହୋଇଥିବା ସୂଚନା ମିଳିଛି। ଷ୍ଟଲ୍‌ଗୁଡ଼ିକରେ ଆମ୍‌ରପଲି, ଦଶେରୀ, ମଲ୍ଲିକା, ବାଇଗଣପଲେଇ, ଲେଙ୍ଗଡ଼ା, ସୁନ୍ଦରୀ, ବମ୍ବେ ଗ୍ରିନ୍‌ ଆଦି ପ୍ରକାରର ଆମ୍ବ ବିକ୍ରି ହୋଇଥିଲା। ତେବେ ଆମ୍‌ରପଲି ଓ ଲେଙ୍ଗଡ଼ା ଆମ୍ବର ଚାହିଦା ଅଧିକ ରହିଥିଲା। ଏହି ଗାଁ ଆମ୍ବ ପସରା ଆସନ୍ତା ୧୩ ତାରିଖ ୟାଏ ଚାଲିବ।