ସୂଚନା ଫଳକରେ ଗାଁ ନାମରେ ତ୍ରୁଟି

ଘୁ.ଉଦୟଗିରି : ଏବେ ବି ବହୁ ସ୍ଥାନରେ ସରକାରୀ ସ୍ତରରେ ଓଡ଼ିଆ ଭାଷା ଏବଂ ଲେଖାକୁ ଗୁରୁତ୍ୱ ଦିଆଯାଉ ନଥିବା ଦେଖିବାକୁ ମିଳୁଛି। ସରକାରୀ ଚିଠିପତ୍ର ସବୁ ଇଂରାଜୀରେ ଲେଖା ଯାଉଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିବରଣୀ ଉଲ୍ଲେଖ କରି ସାଧାରଣ ଜନତାଙ୍କ ସୂଚନା ନିମନ୍ତେ ମରା ଯାଉଥିବା ଫଳକ ଗୁଡ଼ିକରେ ଇଂରାଜୀରେ ସଠିକ୍‌ ଭାବେ ଲେଖା ଯାଉଥିବା ବେଳେ ଓଡ଼ିଆ ଲେଖାରେ ବ୍ୟାପକ ତ୍ରୁଟି ରହୁଥିବା ଦେଖିବାକୁ ମିଳିଛି। ଓଡ଼ିଆ ଲେଖା ପ୍ରତି କୌଣସି ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଉନାହାନ୍ତି।

ଏହିଭଳି ତ୍ରୁଟି ଦେଖିବାକୁ ମିଳିଛି ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଲାଗିଥିବା ସୂଚନା ଫଳକରେ ରଟିଙ୍ଗିଆ ଗ୍ରାମର ନାଁ’ କୁ ଭୁଲ ଲେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ଦୁଇଟି ଫଳକ ଲାଗିଛି ଯେଉଁଥିରେ ଗୋଟିଏରେ ରଟିଙ୍ଗିଆ ବଦଳରେ ରନ୍ତିଙ୍ଗିଆ ଲେଖା ଯାଇଥିବା ବେଳେ ଅନ୍ୟଟିରେ ରତିଙ୍ଗିଆ ଲେଖା ହୋଇଛି। ‌ତେଣୁ ଏଭଳି ତ୍ରୁଟିକୁ ସଜାଡ଼ିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର