ପାରଳାଖେମୁଣ୍ତି : ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ଆନ୍ଧ୍ର ଦଖଲ ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲାର ଗଙ୍ଗବାଡ଼ ପଞ୍ଚାୟତରେ ଆନ୍ଧ୍ର ନେତାଙ୍କ ସମର୍ଥିତ ପ୍ରାର୍ଥୀ ହାରିଯିବାରୁ ଦୁଇ ଦିନ ହେଲା ହିଂସା, ରାସ୍ତାରୋକ କରାଇ ଅରାଜକତା ସୃଷ୍ଟି କରି ଚାଲିଛନ୍ତି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ଗାରାବନ୍ଧ ଥାନା ଅଧୀନ ଗଙ୍ଗାବାଡ ପଞ୍ଚାୟତରେ ଗତକାଲି ଠାରୁ ନିର୍ବାଚନ ପରବର୍ତ୍ତୀ ଆକ୍ରୋଶ, ହିଂସାକୁ ଉସ୍‌କାଇବା ଭଳି ଘଟଣା ଯୋଗୁଁ ଉତ୍ତେଜନା ଲାଗି ରହିଛି। ନିର୍ବାଚନ ହାରିଯିବାରୁ ରାଗରେ ପରାଜିତ ସରପଞ୍ଚ ପ୍ରାର୍ଥୀ ବାରିକ ଶବର ଓ ତାଙ୍କ ସମର୍ଥକ ଆନ୍ଧ୍ର ନେତାଙ୍କ ଇସାରାରେ ପଞ୍ଚାୟତର ୫ଟି ଗାଁକୁ ସଂଯୋଗ ରାସ୍ତାକୁ ଖୋଳିଦେବା ସହ ପଥର ପକାଇ ଅବରୋଧ କରି ରଖିଛନ୍ତି। ଯାହାକୁ ନେଇ ଦୁଇଦିନ ହେ‌ଲା ଅଞ୍ଚଳ‌ରେ ଚାପା ଉତ୍ତେଜନା ଲାଗି ରହିଛି।

Advertisment

ତେବେ ଏହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି। ଏନେଇ ଗତକାଲି ଗଙ୍ଗାବାଡ଼ ନବନିର୍ବାଚିତ ସରପଞ୍ଚ ହରିବନ୍ଧୁ କାର୍ଯୀ ଥାନାରେ ଏତଲା ଦେଇଛନ୍ତି।

publive-image

ଏତଲାରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ବାରା ରାସ୍ତା ଖୋଳାକୁ ବିରୋଧ କରିବାରୁ ତାଙ୍କୁ ଧମକ ଚମକ ମଧ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ବର ସାମନ୍ତରାୟଙ୍କ ସୂଚନା ଅନୁସାରେ ଏତଲା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କେସ୍‌ ନଂ -୧୮/୨୨ରେ ମାମଲା ରୁଜୁ କରିବା ସହ ଆଇପିସିର ଦଫା ୨୮୩, ୫୦୬ ଓ ୩୪ ଅନୁସାରେ ତଦନ୍ତ ଜାରି ରଖିଥିବା କହିଛନ୍ତି।

ଗତ ୨୮ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଗଙ୍ଗାବାଡ଼ ପଞ୍ଚାୟତର ସରପଞ୍ଚ ଭାବେ ଜଣାଶୁଣା ଆଦିବାସୀ ନେତା ତଥା ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବାରିକ ଶବରଙ୍କୁ ପରାସ୍ତ କରିଥିଲେ। ବାରିକ ଆନ୍ଧ୍ର ନେତାଙ୍କ ସମର୍ଥିତ ପ୍ରାର୍ଥୀ ଥିଲେ। ହାରିବା ପରେ ରାଜନୈତିକ ଆକ୍ରୋଶ ରଖି ହି˚ସାତ୍ମକ ପଦକ୍ଷେପ ନେଇଛନ୍ତି ବାରିକ ଶବର ଏବ˚ ତାଙ୍କ ସମର୍ଥକ। ଆନ୍ଧ୍ର ନେତାଙ୍କ ଇଙ୍ଗିତରେ ପଞ୍ଚାୟତର କଣ୍ଟାକୁମ୍ଭ, ବଡ଼ପାଚେଡିଆ, ତଳସାହି, ଲୋବା, ଶଗଡ଼ିଆ ଗ୍ରାମର ସ˚ଯୋଗ ରାସ୍ତାରେ ପଥର ପକାଇ, ରାସ୍ତାକୁ ଖୋଳି ଅବରୋଧ କରିଛନ୍ତି। ଏ ନେଇ ବିଜେତା ସରପଞ୍ଚ ପ୍ରତିବାଦ କରିବାରୁ ତାଙ୍କୁ ଆନ୍ଧ୍ର ନେତାଙ୍କ ଗୁଣ୍ଡା ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।

ଓଡ଼ିଶା ଏବ˚ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଥିବା ଗଙ୍ଗାବାଡ ପଞ୍ଚାୟତ ପୂର୍ବରୁ ସୀମା ବିବାଦ ନେଇରେ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ପରାଜିତ ପ୍ରାର୍ଥୀଙ୍କ ଏଭଳି ଆକ୍ରୋଶ ପୁଣି ଚର୍ଚ୍ଚାର ବିଷୟ ହୋଇଛି।