ଚିନ୍ତାଗୁମ୍ଫା ଅଂଚଳରେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀ ଗୁରୁତର

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତ ଦୁଇ ଦିନରେ ଦୁଇ ଜଣ ଗ୍ରାମବାସୀ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ହୋଇଛନ୍ତି। ଗତକାଲି ଚିନ୍ତଲନାର ଅଂଚଳର ତମ୍ମାପୁରମ ଠାରେ ପ୍ରେସର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଗ୍ରାମବାସୀ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଚିନ୍ତାଗୁମ୍ଫା ଅଂଚଳରେ ପ୍ରେସର ବୋମା ବିସ୍ଫୋରଣ ହୋଇ ଆଉ ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ଚିନ୍ତାଗୁମ୍ଫା ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୬ ମିଟର ଦୂରରେ ଏହି ଘଟଣା ଘଟିଛି। ଗ୍ରାମବାସୀ ଜଣକ ନିଜ ଜମିରେ ହଳ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା।। ଖବର ପାଇ ଚିନ୍ତାଗୁମ୍ଫା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଏସପି ଅଭିଷେକ ମୀନା ପ୍ରକାଶ କରିଛନ୍ତି। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବୋମା ଖଂଜୁଥିବା ବେଳେ ଏଥିରେ ନିରୀହ ଲୋକେ ବଳି ପଡୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।

ସମ୍ବନ୍ଧିତ ଖବର