ଶୁଣିଲେନି ପଞ୍ଚାୟତ ଓ ବ୍ଲକ୍‌ କର୍ତ୍ତୃପକ୍ଷ, ରାସ୍ତା ମରାମତି କଲେ ଗ୍ରାମବାସୀ

କଣ୍ଟାମାଳ: ପ୍ରତ୍ୟେକ ଗାଁ’କୁ ଗମନାଗମନ ପାଇଁ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଣ୍ଟାମାଳ ବ୍ଲକ୍‌ର ଶତାଧିକ ଗ୍ରାମକୁ ଏବେ ବି ସବୁଦିନିଆ ରାସ୍ତା ହୋଇପାରି ନଥିବା ଅଭିଯୋଗ ହୋଇଛି। ଭାତହାଣ୍ଡିରୁ ଗୋଟିଏ ଭଳି ଘିକୁଣ୍ଡି ପଞ୍ଚାୟତର ଡିମିରିଝୁଲି ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଗ୍ରାମକୁ ଗ୍ରୀଷ୍ମ ଓ ଶୀତ ଋତୁରେ କଷ୍ଟେମଷ୍ଟେ ଯାତାୟାତ କରିହୁଏ।

କିନ୍ତୁ ବର୍ଷା ଆସିଲେ ଶୋଚନୀୟ ରାସ୍ତା ଯୋଗୁ ଯାତାୟାତ କରି ନପାରି ଏକ ପ୍ରକାର କଳାପାଣି ଦଣ୍ଡ ଭୋଗିଥାନ୍ତି ଗ୍ରାମବାସୀ। ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବା ବେଳେ ଟ୍ରାକ୍ଟର ଯିବାଆସିବା ଯୋଗୁ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇ ଏକ ପ୍ରକାର ମରଣଯନ୍ତା ପାଲଟିଥିଲା। ଗାଁ’କୁ ସବୁଦିନିଆ ରାସ୍ତା ପାଇଁ ବହୁ ଦିନରୁ ଲୋକେ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ହେଁ କେବଳ ପ୍ରତିଶ୍ରୁତି ଛଡ଼ା କିଛି ମିଳନଥିଲା। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ସୋମବାର ଶ୍ରମଦାନ କରି ରାସ୍ତା ତିଆରି କରିଛନ୍ତି।

ସମ୍ବନ୍ଧିତ ଖବର