କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବିର୍ଣ୍ଣା ଗାଁର ନୂଆପଡ଼ା ରାସ୍ତା ତଥା ବେଶପଡ଼ାରୁ ସିପକାପଡ଼ା ରାସ୍ତାରେ ଥିବା ସର୍ବସାଧାରଣ ଜମିକୁ ଗାଁର କିଛି ଲୋକ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଫଳରେ ଗାଁର ଲୋକେ ଯିବାଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ୱାର୍ଡସଭ୍ୟ ବିଦ୍ୟା ତାଣ୍ଡିଙ୍କ ନେତୃତ୍ବରେ ଗ୍ରାମବାସୀ କଣ୍ଟାବାଞ୍ଜି ତହସିଲ ଅଫିସ୍ ଘେରାଉ କରିଥିଲେ। ଏଥିସହ ଏକ ଦାବିପତ୍ର ତହସିଲଦାର ରତନ ଲାଲ ମୁଣ୍ଡାଙ୍କୁ ପ୍ରଦାନ କରିଥିଲେ। ଦୁଇ ମାସ ପୂର୍ବରୁ ମଧ୍ୟ ଏକ ଦାବିପତ୍ର ଦିଆଯାଇଥିଲା। ହେଲେ କୌଣସି ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଜବରଦଖଲକାରୀଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ମଧ୍ୟ ଏତଲା ଦିଆଯାଇଥିବା ଜଣାପଡ଼ିଛି। ତେବେ ତହସିଲଦାର ଗାଁକୁ ଯାଇ କ’ଣ ସମସ୍ୟା ରହିଛି ତାର ଅନୁଧ୍ୟାନ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସର୍ବସାଧାରଣ ଜମିକୁ ଜବରଦଖଲ! ତହସିଲ ଅଫିସ୍ ଘେରିଲେ ଗ୍ରାମବାସୀ
/sambad/media/post_attachments/wp-content/uploads/2023/12/1dc1dc8f-8bfe-42ad-993c-79223081d275.jpeg)
/sambad/media/agency_attachments/2024-07-24t043029592z-sambad-original.webp)