ଭବାନୀପାଟଣା : ଗତ ୧୫ ତାରିଖ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପଣ୍ଡିଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ସମ୍ପର୍କୀୟ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ହୋଇଥିଲା। ମରିଦେବ ଟକରିଆଙ୍କ ଟାଙ୍ଗିଆ ଚୋଟରେ ଘାସିରାମ କଟରିଆଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ହତ୍ୟାକାରୀ ମରିଦେବ କଟରିଆକୁ ଗିରଫ କରି ତଦନ୍ତ ଜାରି ରଖିଛି।
ଅନ୍ୟପକ୍ଷରେ ମରିଦେବ କଟରିଆଙ୍କ ପରିବାର ଲୋକ ମୃତ ଘାସିରାମ କଟରିଆଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ଗ୍ରାମବାସୀ ମରିଦେବ କଟରିଆଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ କର୍ଲାପଡ଼ା ଫାଣ୍ଡି ଘେରାଉ କରିଛନ୍ତି। ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚି ବୁଝାସୁଝା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଫାଣ୍ଡି ଘେରାଉ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/0e5cb8fa-223c-4fe1-bf21-1db9ef3ff4cc.jpg)