ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବୋରଦା ଗ୍ରାମରେ ପୁନିଆ ଗୌଡ଼ (୩୮) ନାମକ ଜଣେ ଯୁବକ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ହସ୍ତାନ୍ତର କରାଯାଇଛି। ସୂଚନାନୁସାରେ, ଆଜି ପୁନିଆ ହଠାତ୍ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ବଡ଼ଗଡ଼ ଥାନା ପୁଲିସ ଓ ୧୦୮ ଆମ୍ବୁଲାନ୍ସ୍କୁ ସୂଚନା ଦେଇଥିଲେ। କିନ୍ତୁ ଆମ୍ବୁଲାନ୍ସ୍ ଆସିବାରେ ବିଳମ୍ବ ହେବାରୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଯୁବକ ସଂଘର ସଦସ୍ୟମାନେ ପୁନିଆଙ୍କୁ ଏକ ଗାଡ଼ିରେ ବଡ଼ଗଡ଼ ଡାକ୍ତରଖାନାକୁ ଆଣିଥିଲେ। ପୁନିଆଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ସ୍ପଷ୍ଟ ହୋଇନି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗଂଜାମ: ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ଆସିଲାନି ଆମ୍ବୁଲାନ୍ସ, ରାସ୍ତାରୋକ କଲେ ଗ୍ରାମବାସୀ
/sambad/media/post_attachments/wp-content/uploads/2023/11/93ce7477-18ec-4391-84a3-d1497bbe6b38.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)