ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ସହରାଞ୍ଚଳକୁ ଛାଡ଼ିଦେଲେ ଏବେବି କେତେକ ଗ୍ରାମ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ସେଭଳି ଏକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଗାଁ ହେଉଛି ବିଜାତଳା ବ୍ଲକ ବଣକାଟି ପଂଚାୟତର କରକଚିଆ ଗ୍ରାମର ୭ ଟି ସାହି । ଉକ୍ତ ଗ୍ରାମରେ ୪୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଉକ୍ତ ଗ୍ରାମର ଭୋଟର ସଂଖ୍ୟା ୧୧ ଶହରୁ ଉର୍ଦ୍ଧ। ଯାହାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ । ଗାଁର ୭ଟି ସାହିରେ ୧୨ ଗୋଟି ନଳକୂଅ ରହିଛି କିନ୍ତୁ ଖରାଦିନେ ପ୍ରାୟ ପାଣିର ସ୍ରୋତ ଶୁଖିଯିବାରୁ ସବୁ ନଳକୂଅ ଅଚଳ ହୋଇ ପଡ଼ି ରହିଛି ,ଲୋକେ ପୁରୁଣା ଭଙ୍ଗା ପଥର କୂଅର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ପେଟ ଜନିତ ରୋଗର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ତିନି ଗୋଟି ସଲାର ସିଷ୍ଟମ ଥାଇ ମଧ୍ୟ ପିଇବା ପାଣି ପାଇଁ ଗ୍ରାମବାସୀ ବହୁତ ହଇରାଣ ହରକତ ହେଉଛନ୍ତି।
Advertisment
ଏନେଇ ବହୁବାର ପ୍ରଶାସନ ଅଧିକାରୀ ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜନ ଶୁଣାଳୀରେ ମଧ୍ୟ ଅଭିଯୋଗ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୈାଣସି ପଦକ୍ଷେପ ନେଉ ନଥିବା ଯୋଗୁଁ ଗାଁରେ ପାନୀୟ ଜଳ ସମସ୍ୟାର ଅନ୍ତ ଘଟୁ ନାହିଁ। ତେଣୁ ଶୁକ୍ରବାର କରକଚିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକ ବୈଠକ କରିଥିବା ସହିତ ନିର୍ବାଚନ ପୂର୍ବରୁ ଏହି ମୌଳିକ ସୁବିଧା ପାଇଁ ପ୍ରଶାସନ ଯଦି କୌଣସି ପଦକ୍ଷେପ ନ ନେଲେ ଆଗାମୀ ଜୁନ ୧ ତାରିଖରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ତାହା ଆଜି ସତ୍ୟରେ ପରିଣତ ହେଲା।ଶନିବାର ଦିନ ଏହାର ଉଚିତ ଜବାବ ଦେଇଥିଲେ ଗ୍ରାମବାସୀ।
publive-image
ସାଧାରଣ ନିର୍ବାଚନରେ ନିଜ ମତଦାନ ନ କରି ଗ୍ରାମବାସୀ ସମ୍ପୁର୍ଣ୍ଣ ରୂପେ ଭୋଟ ବର୍ଜ୍ଜନ କରିଥିଲେ। କରକଚିଆ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନଂ ୩୯ ରେ ହେବାକୁଥିବା ମତଦାନ ସକାଳରୁ ସନ୍ଧ୍ୟା ହେଲା କିନ୍ତୁ କେହି ଭୋଟ ଦେବାକୁ ଆସିଲେ ନାହିଁ ଏହା ସରକାର ଓ ପ୍ରଶାସନ ର ଖାମଖିଆଲ ନୀତି ଯୋଗୁଁ ରାଷ୍ଟ୍ର ଗଠନ କରିବାର ଅଧିକାର ରୁ ବଞ୍ଚିତ ହେଲେ କରକଚିଆ ଗ୍ରାମବାସୀ , ଭୋଟ ବର୍ଜନ ରେ ପାରେଶ୍ବର ହାଁସଦା , ଲକ୍ଷ୍ମଣ ମାରାଣ୍ଡି , ଜୟସେନ୍ ହେମ୍ବ୍ରମ , ଜୟପାଲ ହାଁସଦାଃ, ସିଧମ ହାଁସଦାଃ, ମାୟା ହେମ୍ବ୍ରମ, ମାନକୋ ମାରାଣ୍ଡି ,ଉଷାମଣି ହାଁସଦାଃ , ସୁଗି ମାରାଣ୍ଡି , ଲକ୍ଷ୍ମୀ ହାଁସଦା ,ଦିବାକର ବାସ୍କେ ଓ ବାପୁ ହାଁସଦାଃ ପ୍ରମୁଖ ପରିଚାଳନା କରିଥିଲେ । ଗ୍ରାମବାସୀ ମତ ରଖିଥିଲେ ଆମକୁ ସରକାରଙ୍କ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ କରାନ୍ତୁ ନିଶ୍ଚିତ ଆଗାମୀ ଦିନରେ ସରକାର ଗଠନ କରିବାରେ ଆମର ମୂଲ୍ୟବାନ ମତଦାନ ରଖିବେ ।