ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କଲେ ପାରାମାଳିବାସୀ

କଲ୍ୟାଣସିଂହପୁର : ଗାଁକୁ ରାସ୍ତା ଖଣ୍ଡିଏ ନଥିଲା। ବର୍ଷବର୍ଷ ଧରି ରାସ୍ତା ପାଇଁ ସଂଘର୍ଷ କରି ଶେଷରେ ନିଜେ ରାସ୍ତା କରିବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନଥିବା ବେଳେ ସରକାରୀ ଯୋଜନା ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇଯାଇଛି । ରାୟଗଡ଼ା ଜିଲ୍ଲା ନିୟମଗରି ପାହାଡର ପାଦ ଦେଶରେ ରହୁଥିବା ପାର୍ସାଲି ପଞ୍ଚାୟତର ପାରାମାଳି ଗ୍ରାମବାସୀ ଦୃଢ଼ ସଂକଳ୍ପ ନେଇ ନିଜ ଗ୍ରାମକୁ ନିଜେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । ରାସ୍ତା ନଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ଏଠାରେ ସଂପୂର୍ଣ୍ଣ ଅପହଞ୍ଚ । ଏହି ଗ୍ରାମରେ ଚଉଦଟି ଡଙ୍ଗରିଆ ପରିବାର ପାଣି ପାଇଁ ଆଜି ବି ସଂଘର୍ଷ ଜାରି ରଖିଛନ୍ତି । ପାହାଡ ଉପରେ ଗ୍ରାମ ଥିବାରୁ ନଳକୂପ ଥିଲେବି ଯଥେଷ୍ଟ ପାଣି ମିଳୁନାହିଁ । ପାଣିର ଅଭାବ ଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ନିକଟସ୍ଥ ଝରଣା ଉପରେ ନିର୍ଭର କରିଥାନ୍ତି । ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବି ରାସ୍ତା କାମ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଗ୍ରାମବାସୀ ମିଳିତ ଭାବେ ଟାମକଶିଳା ଠାରୁ ପାରାମାଳି ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର