ଗୁହାରି ଶୁଣୁନି ପ୍ରଶାସନ : ଶେଷରେ ଗାଁ’ଲୋକେ ତିଆରି କଲେ କାଠ ଝୁଲା ପୋଲ

ରାୟଗଡ଼ା : ଗୁହାରି ଶୁଣୁନି ପ୍ରଶାସନ। ଶେଷରେ କାଠ ଝୁଲା ପୋଲ ନିର୍ମାଣ କଲେ ଗାଁ’ଲୋକ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଅଞ୍ଚଳ‌ରେ। ଦୀର୍ଘ ୭୦ ବର୍ଷ ହେବ ପ୍ରଶାସନ ପାଖରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଗତ ୩ବର୍ଷ ହେବ ସେମାନେ ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରି ଯାତାୟତ କରୁଥିଲେ। ହେଲେ ବର୍ଷାଦିନେ ନଦୀରେ ପାଣି ଆସିବା ଫଳରେ କାଠ ପୋଲ ଭାସିଯାଇଥାଏ। ତେଣୁ ନଦୀ ପାର ହେବାକୁ ଗାଁ’ଲୋକେ ବହୁତ ହଇରାଣ ହୁଅନ୍ତୁ। ଶେଷରେ ଅନ୍ୟଉପାୟ ପକାଇ ୭୦ ଗାଁର ଲୋକ ତିଆରି କଲେ କାଠ ଝୁଲା ପୋଲ।

ବାରମ୍ବାର ଗୁହାରି କରିବା ପରେ ମଧ୍ୟ ପୋଲ କରିବାରେ ବିଫଳ ହେଲା ପ୍ରଶାସନ। ଯାହା କରିପାରିନି ପ୍ରଶାସନ ତାହା କରି ଦେଖାଇଛନ୍ତି ଗ୍ରାମବାସୀ। ବର୍ଷା ଦିନରେ ନଦୀରେ ପାଣି ଆସିଲେ କାଠ ପୋଲ ଭାସିଯାଏ। ନୂଆ ପୋଲ ତିଆରି ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ। କିନ୍ତୁ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲାନାହିଁ। ଦୁଇ ଗାଁଲୋକଙ୍କ ନିଜସ୍ୱ ଜ୍ଞାନ କୌଶଳରେ କାଠ ପୋଲ ବଦଳରେ କାଠ ଝୁଲା ପୋଲ ତିଆରି କରିଛନ୍ତି। ଏହି କାଠ ଝୁଲା ପୋଲି ତିଆରି କରିବା ପାଇଁ ବିଦ୍ୟୁତ ତାର ଏବଂ ଖୁଂଟ ସାହାଯ୍ୟରେ ବାଲି ପଠାରେ ପୋତି କାଠକୁ କାଠ ଛନ୍ଦି ପୋଲ ନିର୍ମାଣ କରିଛନ୍ତି। ଏହି ପୋଲର ଲମ୍ବ ପ୍ରାୟ ୪୦ରୁ ୫୦ ଫୁଟ । ନଦୀ ଗର୍ଭରୁ ଉଚ୍ଚତା ପ୍ରାୟ ୧୨ ଫୁଟ।

Odisha Sun Times

ସୂଚନା ଅନୁସାରେ ୨୦୧୭ ମସିହାରେ ପୋଲ ଭାସି ଯାଇଥିବା କାରଣରୁ ଗର୍ଭବତୀ ମହିଳାଙ୍କୁ ପାଣିରେ ବୋହି ଡ଼ାକ୍ତରଖାନା ଆଣିଥିଲେ ଗାଁଲୋକ।। ଏହି ଘଟଣା ପରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏକ ବିଜୁ ସେତୁ ନିର୍ମାଣ କରିବା ପାଇଁ ପ୍ରତିଶୃତି କରିଥିଲେ। ହେଲେ କେହି ପ୍ରତିଶୃତି ପାଳନ କରିନଥିଲେ।

ସମ୍ବନ୍ଧିତ ଖବର