କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଉଳି ଠାରେ ରବିବାର ମଧ୍ୟରାତ୍ରରେ ଭୀମସେନ ସେଠୀ (୩୦) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ, ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ଘର ଉପରକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଟେକା ପଥର ମାରି ସେମାନଙ୍କ ଆଜବେଷ୍ଟସ ଭାଙ୍ଗି ଦେଇଥିଲେ। ଦୁଇ ଜଣଙ୍କ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ସେମାନଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବାକୁ ଲୋକେ ଠେଙ୍ଗା, ବାଡ଼ି ଧରି ଯାଇଥିବା ବେଳେ ସେମାନେ ଜୀବନ ବିକଳରେ ଫେରାର ହୋଇ ଯାଇଛନ୍ତି।
ଅଭିଯୁକ୍ତଙ୍କ ଘର ଓ ଦୋକାନ ଜାଳିଦେଲ
/sambad/media/post_attachments/wp-content/uploads/2018/06/burn-1.jpg)