ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ଲୋକେ ସ୍ଥାନୀୟ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରିବା ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କଟରା ପଂଚାୟତର ବେଗୁନିଆ ଗାଁର ଲୋକେ ୧୫, ୧୬, ୧୭, ୧୮ ଓ ୧୯ ନମ୍ବର ୱାର୍ଡରେ ରାସ୍ତା ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରିବା ପାଇଁ ଆଗରୁ ଚେତାବନୀ ଦେଇଥିଲେ। ତେବେ ଅନେକ ବୁଝାଶୁଝା ପରେ ୧୫, ୧୬, ୧୭ ଓ ୧୮ ନମ୍ବର ୱାର୍ଡରେ ମତଦାନ ଆରମ୍ଭ ହୋଇଛି। କିନ୍ତୁ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ୧୯ ନମ୍ବର ୱାର୍ଡ ହାଜି ନଗରରେ ମତଦାନ ଆରମ୍ଭ ହୋଇ ନାହିଁ। ରାସ୍ତା ନ ହେବା ପର୍ଯ୍ୟନ୍ତ ଭୋଟ୍ ବର୍ଜନ କରିବେ ବୋଲି ଜିଦରେ ଅଟଳ ରହିଛନ୍ତି ସ୍ଥାନୀୟ ଲୋକେ। ଠିକ୍ ସେହିପରି ଗୋପାଳପୁର ପଞ୍ଚାୟତର ୪ଟି ଗାଁର ଲୋକ ବି ଭୋଟ୍ ବର୍ଜନ କରିଥିବାର ଖବର ମିଳିଛି।
/sambad/media/post_attachments/wp-content/uploads/2020/11/tirtol-no-vote.jpg)
ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ। ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନିଜ ଗାଁ ତିର୍ତ୍ତୋଲର ଗରାମ ୨୪୫ ନମ୍ବର ବୁଥରେ ମତଦାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରାର୍ଥୀ ହୋଇଥିବା ବିଜେଡିର ବିଜୟ ଶଙ୍କର ଦାସ ଏବଂ ବିଜେପିର ରାଜକିଶୋର ବେହେରା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଭୋଟର୍ ହୋଇ ନଥିବା ହେତୁ ସେ ଦୁହେଁ ଉପନିର୍ବାଚନରେ ଭୋଟ୍ ଦେଇ ନଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/vote-boycut3_Thumb.jpg)