ସାତଫୁଟିଆ ଅଜଗରକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ବାରିପଦା: ଗୁରୁବାର ରାତିରେ ବାରିପଦା ବନାଞ୍ଚଳ ଅନ୍ତର୍ଗତ ବୁଢ଼ୀଖମାରି ସେକ୍ସନ୍‌ରେ ଗୋଟାଏ ଅଜଗର ସାପକୁ ସ୍ଥାନୀୟ ଗ୍ରାମବାସୀ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି।

ଆଜି ସକାଳେ ବାରିପଦା ଠାରୁ କିଛି ଦୂର କାଠପାଳ ଜଙ୍ଗଲ ପାଖ ଦେଇ ପଡ଼ିଥିବା ଜାତୀୟ ରାଜପଥ ପାର୍ଶ୍ୱରୁ ମୃତାବସ୍ଥାରେ ସେ ସାପଟିକୁ ଉଦ୍ଧାର କରାଯାଇଛି।

ପ୍ରାୟ ପାଞ୍ଚ ଛଅ ମାସ ତଳେ ସେ ଅଜଗରଟିକୁ ଗାଙ୍ଗରାଜରୁ ଧରାଯାଇ କାଠପାଳ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ସମ୍ଭବତଃ ଖାଦ୍ୟ ଅନେ୍ଵଷଣରେ ବିରାଟ ସାପଟି ଗାଁ ଭିତରକୁ ପଶିଆସିଛି ଏବଂ ଲୋକେ ଭୟଭୀତ ହୋଇ ତାହାକୁ ପିଟି ପିଟି ମାରି ପକାଇଛନ୍ତି।

କୌଣସି ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀମାନେ ଗତ ରାତିରେ ମୃତ ସାପଟିକୁ ଖୋଜାଖୋଜି କରିଥିଲେ। ନିରବଚ୍ଛିନ୍ନ ବର୍ଷା ଯୋଗୁଁ ସେ ସାପଟିକୁ ଖୋଜି ପାଇବାରେ ସେମାନେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର