ନୀଳଗିରି : ସ୍ବର୍ଣ୍ଣଚୂଡ଼ ପାହାଡ଼ରୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଅାସି ଭୋର ୫ଟାରେ ପାହାଡ଼କୁ ଫେରୁଥିବାବେଳେ ଏକ ବଡ଼ ଖାଲରେ ପଡ଼ିଯାଇଥିଲା। ଚିତ୍କାର ଶୁଣି ଗ୍ରାମବାସୀମାନେ ଉକ୍ତ ସ୍ଥାନରେ ପହଞ୍ଚି ଠେଙ୍ଗାରେ ଭାଲୁକୁ ପିଟି ପିଟି ମାରିଦେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ ନୀଳଗିରି ବନବିଭାଗ ଅଧୀନସ୍ଥ ଧୋବଶିଳା ପଞ୍ଚାୟତର ଚଲଣାପାଳ ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲରେ ବିରାଟ ଭାଲୁଟି ଏକ ବଡ଼ ଖାଲରେ ପଡ଼ିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ନୀଳଗିରି ରେଂଜର ସୁକୁମାର ଦାସ ଓ ଅନ୍ୟ କର୍ମଚାରୀ ପହଞ୍ଚି ଭାଲୁଟିକୁ ମୃତ ଅବସ୍ଥାରେ ଦେଖିଥିଲେ। ତାକୁ ସେଠାରୁ ଉଦ୍ଧାର କରି କାର୍ଯ୍ୟାଳୟକୁ ଆଣି ଶବ ବ୍ୟବଚ୍ଛେଦ ପରେ ପୋତି ଦେଇଥିବା ଜଣାପଡ଼ିଛି। ଭାଲୁଟିକୁ ପିଟିପିଟି ମାରିଦେଇଥିବା ଘଟଣାକୁ ରେଂଜର ଶ୍ରୀ ଦାସ ଅସ୍ବୀକାର କରିବା ସହିତ ବୟସାଧିକ୍ୟ ହେତୁ ଏହାର ମୃତ୍ୟୁ ହୋଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/bear.jpg)