ପ୍ରଶାସନ ଶୁଣିଲାନି: ଋଷିକୁଲ୍ୟା ମୁହାଣ ଖୋଳିଲେ ମତ୍ସ୍ୟଜୀବୀ, ଭିଡିଓରେ ଦେଖନ୍ତୁ ଶତାଧିକ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ

ବ୍ରହ୍ମପୁର: ଗଞ୍ଜାମ ବ୍ଲକ ଅର୍ନ୍ତଗତ ପୋତାଗଡ଼ ନିକଟରେ ମତ୍ସ୍ୟଜୀବୀମାନେ ଆଜି ନିଜସ୍ବ ଉଦ୍ୟମରେ ଏକ ମୁହାଣ ଖୋଳିଛନ୍ତି। ଆଠଟି ଗ୍ରାମର ମତ୍ସ୍ୟଜୀବିମାନେ ଏକଜୁଟ୍‌ ହୋଇ ୨ମୋଟର ଚାଳିତ ଡଙ୍ଗାରେ ଜୀବନକୁ ବିପନ୍ନ କରି ଯାଇ ଏହି ମୁହାଣ ଖୋଲିଛନ୍ତି। ଏହି ଫଳ ଖୋଳିବା ଫଳରେ ସୁବିଧା ଋଷିକୁଲ୍ୟାର ବର୍ଷା ଜଳ ସମୁଦ୍ର ନିଷ୍କାସିତ ହୋଇପାରୁଛି। ଋଷିକୁଲ୍ୟା ଉପକୂଳ ଗ୍ରାମକୁ ଗୁଡ଼ିକ ଏକ ନିଶ୍ଚିତ ବନ୍ୟାରୁ ବର୍ତ୍ତି ଯାଇଛି ।

ଗତ ୧୧ତାରିଖ ଠାରୁ ଲଗାଣ ବର୍ଷା ଲାଗି ରହିଛି। ଅତ୍ୟଧିକ ବର୍ଷା ଯୋଗୁ ଋଷିକୁଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଲଘୁଚାପ ଯୋଗୁ ସମୁଦ୍ର ଜୁଆରିଆ ରହିଥିବାରୁ ଋଷିକୁଲ୍ୟା ଜଳ ଠିକ୍‌ ଭାବେ ନିଷ୍କାସିତ ହୋଇ ନପାରି ଉପକୂଳବର୍ତ୍ତୀ ଗାଁ ଆଡ଼କୁ ମାଡି ଆସୁଥିଲା। ଗଞ୍ଜାମ ବ୍ଲକର ବରପଲ୍ଲୀ, ଭୂଆଁଭୁଇଁ, କାଳୁଆବାଡ଼ି, କଣ୍ଟିଆପଲ୍ଲୀ, ଉପରି ଧର୍ମଶରଣ ପୁର, ଖଟିଆ, ରାଜପୁର, ରାଜନାପଲ୍ଲୀ, କାତରା, ଆଲିଆବାଗ, କରପଡ଼ା, ବିରିପୁର, ମାଳି ଜଗନ୍ନାଥପୁର, ରେଡ୍ଡି ଜଗନ୍ନାଥପୁର, କାଇଁଚ ପୁର, ପୁରୁଣାବନ୍ଧ, ‌କାଳିବନ୍ଧ, ଗୋଖରକୁଦା, ପୁରୁଣାପୋଡ଼ମ୍‌ପେଟା, ନିଳାଦ୍ରୀପୁର ଓ ବିଛଣାପଲ୍ଲୀ ଏବଂ ଗଞ୍ଜାମ ଏନ୍‌ଏସିର ୱାର୍ଡ ୧୧ ଓ ୧୨ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଥିଲା ।

ପ୍ରତି ବର୍ଷ ବର୍ଷା ପୂର୍ବରୁ ଋଷିକୁଲ୍ୟା ନଦୀର ବନ୍ୟା ଜଳ ଗତିପଥ ପରିବର୍ତ୍ତନ କରି ନୂଆ ନୂଆ ମୁହାଣ ସୃଷ୍ଟି କରୁଛି। ଏହାଫଳରେ ଉପରୋକ୍ତ ଅଞ୍ଚଳ‌ ଗୁଡ଼ିକ ବନ୍ୟା ପରିସ୍ଥିତି ଉପୁଜୁଛି। ଗ୍ରାମବାସୀମାନେ ଏ ସଂକ୍ରାନ୍ତରେ ପୂର୍ବରୁ ବହୁଥର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶାସନ ପକ୍ଷରୁ ମୁହାଣ ଖୋଳିବା ଲାଗି ପଦକ୍ଷେପ ନିଆଯାଇଥିଲା। ଶେଷରେ ଗତକାଲି ୮ଟି ଗ୍ରାମର ଗ୍ରାମବାସୀ ମତ୍ସ୍ୟଜୀବୀମାନେ ଅଞ୍ଚଳର ପ୍ରସିଦ୍ଧ ଗଙ୍ଗାଦେବୀ ମନ୍ଦିରରେ ଏକତ୍ରିତ ହୋଇ ନିଜସ୍ବ ଉଦ୍ୟମରେ ମୁହାଣ ଖୋଳିବା ଲାଗି ନିଷ୍ପତ୍ତି ନେଇଥିଲେ।

ନିଷ୍ପତ୍ତି ମୁତାବକ ପୁରୁଣାବନ୍ଧ, ଗୋଖରକୁଦା, ପୋଡ଼ମ୍‌ପେଟା, ନୂଆପୋଡ଼ମପେଟା, କାଳିବନ୍ଧ, କାଇଁଛପୁର, ଦାମୋଦର ପୁର ଓ ଛତ୍ରପୁର ବ୍ଲକ ନୋଳିଆ ନୂଆଗାଁର ଶତାଧିକ ଲୋକ ଆଜି ସକାଳେ ପୋତାଗଡ଼ ନିକଟରେ ଏକତ୍ରିତ ହୋଇଥିଲେ। ସେଠାରୁ ୨ଟି ମଟର ଚାଳିତ ଡଙ୍ଗା ନେଇ ଉଛୁଳା ଋଷିକୁଲ୍ୟା ନଦୀ ପାର ହୋଇ ସମୁଦ୍ର କୂଳରେ ପହଞ୍ଚିଥିଲେ। ପୂର୍ବାହ୍ନ ୧୦ଟା ଠାରୁ ଶତାଧିକ ମୁହାଣ ଖୋଳିବାର ଲାଗିଥିଲେ। ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ମୁହାଣ ଖୋଳା ଲାଗିଥିଲା । ମୁହାଣ ଖୋଳା ସରିବା ପରେ ଋଷିକୁଲ୍ୟାର ଜଳ ସୁବିଧାରେ ନିଷ୍କାସନ ହୋଇପାରୁଛି। ମା’ଗଙ୍ଗାଦେବୀ ମତ୍ସ୍ୟଜୀବି ସଂଘ ଏବଂ ୮ ଗ୍ରାମବାସୀଙ୍କ ମିଳିତ ସହଯୋଗ ମୁହାଣ ଖୋଳା ଶେଷ ହୋଇଛି ।

ସମ୍ବନ୍ଧିତ ଖବର