ରେଳ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ନୋଟିସ ଘଟଣା: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗୋରୁମହିଷାଣୀ ବାସିନ୍ଦା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ବଜାର ଓ କୁଲେଇଶିଳା ମଧ୍ୟରେ ବର୍ଷ ବର୍ଷ ଧରି ଶତାଧିକ ଲୋକେ ଦୋକାନ ଓ ବାସଗୃହ କରି ରହି ଆସୁଥିଲେ। ତେବେ ଦକ୍ଷିଣ-ପୂର୍ବ ରେଳପଥର ଚକ୍ରଧରପୁର ରେଳ ଡିଭିଜନର ଗୋରୁମହିଷାଣୀଠାରେ ଶତାୟୂ ରେଳପଥ ଓ ଷ୍ଟେସନ ରହିଛି। ବର୍ତ୍ତମାନ ଉକ୍ତ ରେଳପଥର ଉନ୍ନତୀକରଣ ନିମନ୍ତେ ରେଳ ବିଭାଗ ପକ୍ଷରୁ ୧୫ ମାର୍ଚ୍ଚ ସୁଦ୍ଧା ଜବର ଦଖଲ ଉଚ୍ଛେଦ ପାଇଁ ଶତାଧିକ ଦୋକାନୀ ଓ ଘର ତିଆରି କରି ରହିଥିବା ବାସିନ୍ଦାଙ୍କୁ ନୋଟିସ୍ ଦିଆଯାଇଛି। ଆଉ ମାତ୍ର ଅଳ୍ପଦିନ ରହିଲା। ଏଣୁ ଉକ୍ତ ଦୋକାନୀମାନଙ୍କ ନିମନ୍ତେ ବଜାର ମଧ୍ୟରେ ଥିବା ମାର୍କେଟ୍ କମ୍ପଲେକ୍ସ ଗୁଡିକୁ ଯଥାଶିଘ୍ର ନିଲାମ କରି ପ୍ରଦାନ କରାଯାଉ, ଦୋକାନୀମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଡିଏମ୍ଏଫ୍ ଫଣ୍ଡରୁ ନୂତନ ମାର୍କେଟ୍ କମ୍ପଲେକ୍ସ ନିର୍ମାଣ କରାଯାଉ, ଭୂମିହୀନ ମାନଙ୍କୁ ୪ ଡେସିମିଲ୍ ଲେଖାଁଏ ଜାଗା ପ୍ରଦାନ କରି ପ୍ରଦାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ କୁଲେଇଶିଳା ସରପଂଚ ମିଲିରାଣୀ ସିଂ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି, ଦୟାନିଧି ମହାକୁଡ, ଦୂର୍ଗାପ୍ରସନ୍ନ ମହାନ୍ତି, ଦୋକାନୀ ପିଙ୍କୁ ଦେ, ମୋତିଲାଲ୍ ରଣା, ରାଜୁ ସାହୁ, ଏସ.କେ ମେହେରଅଲ୍ଲୀ, ଏସ.କେ ଫିରଜ୍, ଚିନ୍ତାମଣୀ ମହାକୁଡ, ବଂଶୀଧର ପ୍ରଧାନ, ଏସ.କେ ନିଶାର୍, ବାବୁଲି ମିଶ୍ର, ସୌମେନ କୁମାର ଦେ, ଏସ.କେ ମୁଜାହିଦ୍ ରେହେମାନ, ରଇବାରୀ ବେହେରା, ସୁକୁରମଣୀ ବାଗତୀ, ସୋମବାରୀ ପାତ୍ରଙ୍କ ସମେତ ଶତାଧିକ ଦୋକାନୀ ଓ ଗୋରୁମହିଷାଣୀ ବାସିନ୍ଦା ଉପସ୍ଥିତ ଥିଲେ। ତେବେ ମଙ୍ଗଳବାର ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତିଙ୍କ ନେତୃତ୍ବରେ ଗୋରୁମହିଷାଣୀ ବାସିନ୍ଦା ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଜବର ଦଖଲ ଉଚ୍ଛେଦ ପାଇଁ ଆଉ କିଛି ମାସ ଦିଆଯାଉ ବୋଲି ଦାବି କରିବେ ବୋଲି ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର