ରାୟଗଡ଼ା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଏବେ ଅଶାନ୍ତ ହୋଇପଡିଛି। ବେଦାନ୍ତ ଓ ମୈତ୍ରୀ କମ୍ପାନି ବିରୋଧରେ ଗର୍ଜିଛନ୍ତି ୪୦ ଖଣ୍ଡ ଗ୍ରାମର ହଜାର ହଜାର ଲୋକ। ଗତ ଦୁଇ ଦିନ ଧରି ମୈତ୍ରୀ କର୍ମକର୍ତ୍ତାଙ୍କୁ ବିରୋଧ କରି ଘଣ୍ଟା ଘଣ୍ଟା ଧରି ଅଟକ ରଖି ଫେରିଯିବାକୁ ଗ୍ରାମବାସୀ ଚେତାବନୀ ଦେବା ପରେ ଆଜି ପୁଣି ସୁଙ୍ଗେର ଅଂଚଳରେ ମୈତ୍ରୀ କମ୍ପାନିର କର୍ମକର୍ତ୍ତା ପଶିବାକୁ ଚେଷ୍ଟା କରିଥିଲେ। ସକାଳ ୬ଟା ବେଳେ ମୈତ୍ରୀ କମ୍ପାନିର କର୍ମକର୍ତ୍ତାମାନେ ପୁଲିସ ଛାଉଣି ନେଇ ତଳଝିରି ପଞ୍ଚାୟତର ଲାକରିସ ଗ୍ରାମରେ ପଶିବାକୁ ଚେଷ୍ଟା କରୁଥିଲେ।

Advertisment

publive-image

ତେବେ ଗ୍ରାମବାସୀ ଏହା ଜାଣିପାରି ରାତି ଚାରିଟାରୁ ଲାକରିସ ଗ୍ରାମ ନିକକଟରେ ଜଗି ରହିଥିଲେ।ମୈତ୍ରୀ ଏବଂ ପୁଲିସ ଗାଡ଼ି ସେଠାରେ ପହଞ୍ଚିବା ପରେ ଶହ ଶହ ମହିଳା ପୁରୁଷ ନିଜର ପାରଂପାରିକ ଅସ୍ତ୍ରଶସ୍ତ୍ର ନେଇ ଗାଡିଗୁଡିକକୁ ଘେରିଯାଇଥିଲେ। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗ୍ରାମବାସୀ ପୁଲିସ ଓ ମୈତ୍ରୀ କର୍ମଚାରୀଙ୍କୁ ଅଟକାଇ ରଖିଥିଲେ। ଗୋ ବ୍ୟାକ ବେଦାନ୍ତ, ଗୋ ବ୍ୟାକ ମୈତ୍ରୀ ବୋଲି କେବଳ ଚିତ୍କାର କରୁଥିଲେ ଗ୍ରାମବାସୀ। ଆମେ କୌଣସି ଅବସ୍ଥାରେ ମଧ୍ୟ ଆମ ଜମିକୁ ବେଦାନ୍ତ ହାତକୁ ଟେକିବୁ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ। ପୁଲିସ ସହ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲେ। ତେବେ ପୁଲିସ କିଛି ଗ୍ରାମବାସୀଙ୍କ ବିରୋଧରେ କେଶ ରୁଜୁ କରିଥିବା ଜଣାପଡିଛି। ଗ୍ରାମବାସୀ ମରିବୁ ପଛେ ହଟିବୁ ନାହିଁ ବୋଲି ପୁଲିସକୁ ସଫା ସଫା ଜଣାଇଥିଲେ। ଆମ ଅଂଚଳର ଖଣିକୁ କୌଣସି ପ୍ରକାର ଆମେ କମ୍ପାନି ହାତରେ ଟେକିଦେବୁ ନାହିଁ ବୋଲି କହିଥିଲେ। ପୁଲିସ ବହୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମାବାସୀ ନିଜ ଜିଦରେ ଅଟଳ ରହୁଥିବା ଦେଖିବାକୁ ମିଳିଥିଲା। ଶେଷରେ ପୁଲିସ ଓ ମୈତ୍ରୀ କର୍ମକର୍ତ୍ତା ଲାକରିସ ଗ୍ରାମରୁ ଫେରିଥିଲେ।