ଘୁ.ଉଦୟଗିରି: ଡହଡ଼ହ ପ୍ରଖର ଖରାରେ ଟୋପାଏ ପାଣି ପାଇଁ ସଙ୍ଘର୍ଷ କରିବାକୁ ପଡୁଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକେ ପାଣି ପାଇଁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଦୀର୍ଘ ଏକ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି ଘୁ .ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତ ଡୁଗୁଡ଼ିପାରି ଡମାଗୁଡ଼ା ଗ୍ରାମରେ ଥିବା ନଳକୂପ। ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଖରାପ ଥିବା ନଳକୂପ ଉପରେ ପଥର ମେଟାଲ ଗଦେଇଛନ୍ତି।
ପ୍ରତିବାଦର ଭିନ୍ନ ଏକ ପ୍ରୟାସ କରିଛନ୍ତି ଗାଁ ଲୋକ। ନା ନେତା ଶୁଣିଲେ ନା ପ୍ରଶାସନିକ ଅଧିକାରୀ। ସାମାନ୍ୟ ଗୋଟିଏ ଅଚଳ ନଳକୂପ ସଜାଡ଼ିବାକୁ ବି ଅକ୍ଷମ ଆମ ନେତା ଏବଂ ପ୍ରଶାସନ ଏହିଭଳି କଟାକ୍ଷ କରିଛନ୍ତି ଡ଼ମାଗୁଡ଼ାବାସୀ। ଆମ ବ୍ୟବସ୍ଥାରେ ଆମେ ଯଦି ସାଧାରଣ ଲୋକଙ୍କ ସୁବିଧା ପାଇ ଟୋପାଏ ପାଣିର ବ୍ୟବସ୍ଥା କରି ନ ପାରିବା ତାହାହେଲେ ସରକାରଙ୍କ ଯୋଜନା ଯୋଜନାରେ ରହିଯାଇଛି ବୋଲି ଧରିନେବାକୁ ପଡ଼ିବ। କାରଣ ଘରେ ଘରେ ପାଣିର ନାରା ଦେଉଥିବା ବେଳେ ଡ଼ମାଗୁଡ଼ାବାସୀ ପାଣି ନ ପାଇ ଭିନ୍ନ ଏକ ପ୍ରତିବାଦ କରିବା ସରକାରୀ ପ୍ରଚାରକୁ ଏକ ଉପହାସ ସଦୃଶ।। ଏଣୁ ଯଥାଶୀଘ୍ର ନଳକୂପ ଟିକୁ ମରାମତି କରନ୍ତୁ କିମ୍ବା ଏକ ନୂତନ ନଳକୂପ ଖନନ କରନ୍ତୁ ବୋଲି ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/7bf0d98c-5483-4b2e-93d2-674a3460cbf9.jpeg)