ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଗୃହ ନିର୍ମାଣ କରାନଯାଉ: ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ବ୍ଲକର ଚଲାଣଗୁଡା ପଞ୍ଚାୟତର ଡଡିଗୁଡା ଏବଂ ଡଙ୍ଗସଖାଲ ଗ୍ରାମ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଗୃହ ନିର୍ମାଣ ନେଇ ପ୍ରଶାସନ ସମସ୍ତ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ଥିବା ସରକାରୀ ଜାଗାରେ ଲକ୍ଷାଧିକ ଟଂକା ଖର୍ଚ୍ଚ କରି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ସ୍ଥାୟୀ ଭାବେ ବସବାସ କରିବା ପାଇଁ ଗୃହ ନିର୍ମାଣ କରି ସେମାନଙ୍କୁ ପ୍ରଦାନ କରାଯିବ।ତେବେ ଡଡିଗୁଡା ଏବଂ ଡଙ୍ଗସଖାଲ ଗ୍ରାମର ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଏହି ଅଂଚଳରେ ସେମାନଙ୍କ ଗୃହ ନିର୍ମାଣ କଲେ ସେମାନେ ସୁରକ୍ଷିତ ନରହିବା ସହ ଆମେମାନେ ମଧ୍ୟ ସୁରକ୍ଷିତ ରହିବୁ ନାହିଁ ବୋଲି ଅଭିଯୋଗ କରିଥିଲେ। କୌଣସି ମୁହର୍ତ୍ତରେ ଛତିଶଗଡ ନକ୍ସଲଙ୍କର ଆକ୍ରମଣ ହେଲେ ଆମେ ନିରୀହ ଲୋକେ ଏଥିରେ ମରିବୁ ବୋଲି ଭୟ କରି ଜିଲ୍ଲାପାଳଙ୍କୁ ତୁରନ୍ତ ଏନେଇ ଚିନ୍ତା କରିବା ସହ ଅନ୍ୟତ୍ର ଏମାନଙ୍କ ପାଇଁ ଗୃହ ନିର୍ମାଣ କରାଯାଉ ବୋଲି କହିଥିଲେ। ତେବେ ଜିଲ୍ଲାପାଳ ମଧ୍ୟ ଏନେଇ ଏସପିଙ୍କ ସହ କଥାବାର୍ତ୍ତା କରି କିପରି ସୁରକ୍ଷିତ ସ୍ଥାନରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଗୃହ ନିର୍ମାଣ କରାଯାପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର